csstore

ପୋଲିସ କବ୍ଜାରେ କୁଖ୍ୟାତ ଲୁଟେରା ଲିଡର୍‌ : ୫୩ ସ୍ମାର୍ଟଫୋନ୍‌ ଜବତ

ଭୁବନେଶ୍ୱର: ପୋଲିସ କବ୍ଜାକୁ ଆସିଛି କୁଖ୍ୟାତ ଲୁଟେରା ଲିଡର୍‌ । କମିସନରେଟ୍‌ ପୁଲିସ୍‌ର କୁଇକ୍‌ ଆକ୍ସନ୍‌ ଟିମ୍‌ (କ୍ୟୁଏଟି) ଭୁବନେଶ୍ବରରୁ କୋଲକାତା ଯାଉଥିବା ଏକ ବସ୍‌ରେ ଚଢ଼ଉ କରି ଲୁଟେରା ଲିଡର୍‌ ପଶ୍ଚିମବଙ୍ଗର ମାଲ୍‌ଦାର ମହମ୍ମଦ ଅଖ୍‌ତର ହୁସେନ୍‌କୁ ଗିରଫ କରିଛି। ତା’ଠାରୁ ୫୩ଟି ସ୍ମାର୍ଟ ଫୋନ୍‌ ମଧ୍ୟ ଜବତ କରିଛି ପୋଲିସ । ତେବେ ଏହି ଗ୍ୟାଙ୍ଗ୍‌ର ଅନ୍ୟ ସଦସ୍ୟମାନଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି କୋଲକାତାରେ ଏହି ଗ୍ୟାଙ୍ଗ୍‌ର ଆଉ କିଛି ସଦସ୍ୟ ରହିଥିବାରୁ ପୁଲିସ କୋଲକାତା ଯିବ ବୋଲି ପ୍ରସ୍ତୁତି ଚଳାଇଛି। ଗ୍ୟାଙ୍ଗ୍‌ ଲିଡର୍‌ ହୁସେନ୍‌ଠାରୁ ମିଳିଥିବା ସୂଚନା ମୁତାବକ, ଭୁବନେଶ୍ବରରେ ବିହାର ଓ ପଶ୍ଚିମବଙ୍ଗର ୫୦ରୁ ଊର୍ଦ୍ଧ୍ବ ଲୁଟେରା ସକ୍ରିୟ ରହିଛନ୍ତି।

jayashree
Leave A Reply

Your email address will not be published.