୬ଟି ରାଜ୍ୟର ଶହେ ଜଣ ଗରିବ ପିଲାଙ୍କ ଚିକିତ୍ସା ପାଇଁ ସଚ୍ଚିନ ଆର୍ଥିକ ସହୟତାର ହାତ ବଢାଇବେ

ମୁମ୍ବାଇ : ଭାରତର ଜଣେ ଆଗଧାଡିର ଉଦୀୟମାନ କ୍ରିିକେଟର୍‌ ସଚ୍ଚିନ ତେନ୍ଦୁଲକର୍‌ । ତାଙ୍କ ପ୍ରଶଂସନୀୟ କାମ ପାଇଁ ସେ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି । ୬ଟି ରାଜ୍ୟର ୧୦୦ ଜଣ ଗରିବ ପରିବାରର ଶିଶୁଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତାର ହାତ ବଢାଇବେ ବୋଲି କହିଛନ୍ତି । ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଆସାମ, କର୍ଣ୍ଣାଟକ, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶର ଯେଉଁ ପରିବାରର ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୁର୍ବଳ, ସେହି ଗରିବ ପିଲାମାନଙ୍କୁ ସହାଯ୍ୟର ହାତ ବଢାଇଛନ୍ତି । ସଚ୍ଚିନଙ୍କ ଏକାମ ନାମକ ଏକ ଫାଉଣ୍ଡେସନରେ ପାଟର୍ନରସିପ୍‌ କରିଛନ୍ତି । ଯେଉଁଟାକି ସରକାରୀ ଡାକ୍ତରଖାନା ଗୁଡିକର ଚିକିତ୍ସା କରୁଥିବା ପିଲାମାନଙ୍କ ପ୍ରତି ଧ୍ୟାନ ଦେଇଥାଏ । ଏକାମ ଫାଉଣ୍ଡେସନର ପରିଚାଳନା ସହଯୋଗୀ ଅମିତ ଚାର୍ଟର୍ଜୀ କହିଛନ୍ତି ସଚ୍ଚିନଙ୍କ ପାର୍ଟନର୍‌ସିପ୍‌ ଆମ ପାଇଁ ଗର୍ବ । ଆମେ ବର୍ତ୍ତମାନ ସମସ୍ତ ସୁବିଧାରୁ ବଂଚିତ ଥିବା ଗରିବ ପିଲାମାନଙ୍କ ପାଇଁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ କାମ କରୁଛୁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.