pakka

ଦୁର୍ଘଟଣା ନୁହେଁ ଯୋଜନାବଦ୍ଧ ହତ୍ୟା ଷଡ଼ଯନ୍ତ୍ର : ପ୍ରେସ୍‌ ମିଟ୍‌ରେ ସ୍ପଷ୍ଟ କଲେ ଏସ୍‌ପି

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁର୍ଘଟଣା ନୁହେଁ ଯୋଜନାବଦ୍ଧ ହତ୍ୟା ଷଡ଼ଯନ୍ତ୍ର ବୋଲି ପ୍ରେସ୍‌ ମିଟ୍‌ରେ ସ୍ପଷ୍ଟ କରିଛନ୍ତି ବଲାଙ୍ଗିର ଏସ୍‌ପି ନୀତିନ କୁଶଲକର । ଚିତ୍ତରଞ୍ଜନ ମହାନ୍ତିଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଓ ସେ ହତ୍ୟା ଉଦ୍ୟମ କରି ଏହାକୁ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଥିଲା ବୋଲି ଗଣମାଧ୍ୟମ ସମ୍ମୁଖରେ ବଲାଙ୍ଗିର ଏସ୍‌ପି ଶ୍ରୀ କୁଶଲକର ଚାଞ୍ଚଲ୍ୟକର ସୂଚନା ଦେଇଛନ୍‌ନ୍ତି । ସୂଚନା ଅନୁସାରେ ଜମି ବିବାଦରୁ ହୋଇଥିବା ଏହି ଯୋଜନାବଦ୍ଧ ହତ୍ୟା ଷଡ଼ଯନ୍ତ୍ରରେ ଚିତ୍ତରଞ୍ଜନଙ୍କ ସମେତ ୩ ଜଣଙ୍କ ସମ୍ପୃକ୍ତି ରହିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ମୁଖ୍ୟ ଅଭିଯୁକ୍ତ ଚିତ୍ତର ଗୋଡ଼ ଭାଙ୍ଗିଥିବା ବେଳେ ବଲାଙ୍ଗିର ପୁଲିସ୍‌ ହେପାଜତରେ ତା’ର ଚିକିତ୍ସା ଚାଲିଛି ।

ଗତ ଶନିବାର ଘଟିଥିବା ଦୁର୍ଘଟଣା, ଦୁର୍ଘଟଣା ନୁହେଁ, ବରଂ ଯୋଜନାବଦ୍ଧ ହତ୍ୟା ଷଡ଼ଯନ୍ତ୍ର ବୋଲି ମୂଳରୁ ସନ୍ଦେହ କରାଯାଉଥିବା ବେଳେ ପରେ ସ୍ପଷ୍ଟ ଜଣାପଡ଼ିଛି ଯେ, ସାନୁ ନାଏକଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରିବାକୁ ଉଦ୍ୟମ କରାଯାଇଥିଲା । ଏହାକୁ ଦୁର୍ଘଟଣାର ରୂପ ଦେବାକୁ ଷଡ଼ଯନ୍ତ୍ର ହୋଇଥିଲା । ସୌଭାଗ୍ୟବଶତଃ ସାନୁ ବଞ୍ଚି ଯାଇଥିଲେ ମଧ୍ୟ ତାଙ୍କ ସାଙ୍ଗରେ ଥିବା ରୋଷେୟା ଶ୍ରୀକାନ୍ତ ବାଗଙ୍କ ମୃତ୍ୟୁ ଘଟିଥିଲା ।

Leave A Reply

Your email address will not be published.

14 + nine =