lika

ଆନ୍ତର୍ଜାତିୟ ଦାନର କଳା ଦିବସ

gbag
  • ୯ମ ବାର୍ଷିକ ଆନ୍ତର୍ଜାତିକ ଆର୍ଟ ଅଫ୍‌ ଗିଭିଂଗ ଦିବସ ପାଳିତ
    ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସାଂସଦ ଡ଼ଃ ଅଚ୍ୟୁତ ସମାନ୍ତଙ୍କ ପ୍ରତିଷ୍ଠିତ ଆନ୍ତର୍ଜାତିୟ ଦାନର କଳା ଦିବସ ମେ୧୭ ତାରିଖକୁ ଭାରତ ସହିତ ସମଗ୍ର ବିଶ୍ୱରେ ପାଳିତ ହେଉଥିଲା ବେଳେ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କବି ପ୍ରସନ୍ନ ପାଟ୍ଟଶାଣୀ ଉଛ ବିଦ୍ୟାଳୟ ମୁନିନ୍ଦା ଠାରେ ମହା ଆଡମ୍ବରରେ ୯ମ ବାର୍ଷିକ ଆନ୍ତର୍ଜାତିକ ଦାନର କଳା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୃଷିକେଶ ବଳିଆରସିଂଙ୍କ ସଭାପତିତ୍ୱରେ ଅନୁଷ୍ଟିତ ସଭାରେ ମୁଖ୍ୟ ଅତିଥି ରୂପେ ପ୍ରଫେସର ଶଶାଙ୍କ ଚୁଡାମଣି ତଥା କୀଟ ବିଶ୍ଵବିଦ୍ୟାଳୟର ଉପଦେଷ୍ଟା ସ୍ନେହ, ପ୍ରେମ , ସେବା, ଭଲପାଇବା ଦାନ ପ୍ରତିବବଦଳରେ ଏକ ଐକିକ ବିଶ୍ଵର ପରିକଳ୍ପନା କରାଯାଇପାରେ ବୋଲି କହିଥିଲେ । ଏହି ସଭାରେ ବିଶ୍ୱମୁକ୍ତି ପତ୍ରିକାର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀମତୀ ସବିତା ଦାସ, ମୁନିନ୍ଦା ସରପଞ୍ଚ ଶେଷଦେବ ବାରିକ, ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ସଭାପତି ତଥା ଅଧ୍ୟାପକ ତ୍ରିନାଥ ପରିଡା ଓ ଶିକ୍ଷାବିତ ତଥା ସମାଜସେବୀ ମନୋରଞ୍ଜନ ଜେନା ପ୍ରମୁଖ ଯୋଗଦେଇ ଏହି ମହାନ ଦିବସର ଲକ୍ଷ ଓ ସୁନ୍ଦର ବିଶ୍ଵର ଏହା ଏକ ପରିକଳ୍ପନା ପ୍ରକାଶ କରିଥିଲେ । ଶେଷରେ ହିନ୍ଦୀ ଶିକ୍ଷକ ରମେଶଚନ୍ଦ୍ର ପରିଡା ଧନ୍ୟବାଦ ପ୍ରଦାନ କରିଥିଲେ ।
sandip
Leave A Reply

Your email address will not be published.