csstore

ତୁରେକେଲା ବ୍ଲକ ସ୍ତରରେ ବିଶ୍ୱ ରେଡ଼କ୍ରସ ଦିବସ ପାଳିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଭାଲୁକୁନାଠାରେ ବିଶ୍ବ ରେଡ଼କ୍ରସ ଦିବସ ପାଳିତ ହୋଇଯାଇଛି । ସର୍ବପ୍ରଥମେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ଜୁନିୟର ରେଡ଼କ୍ରସ ପରାମର୍ଶ ଦାତାମାନଙ୍କ ଉପସ୍ଥିତିରେ ରେଡ଼କ୍ରସ ପତାକା ଉତ୍ତୋଳନ କରାଯାଇଥିଲା । ତା’ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବବରୁ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲା ଜୁନିଅର ରେଡ଼କ୍ରସ ଅଧିକାରୀ ସୁବାଷ ଚନ୍ଦ୍ର ପଟେଲ, ସମ୍ମାନିତ ଅତିଥି ଭାବରେ ରକ୍ଷକ ତଥା ଜୁନିଅର ରେଡ଼କ୍ରସ ପରାମର୍ଶ ଦାତା ବିରଂଚି ନାରାୟଣ ଦାଶ, ବ୍ଲକ ସଂଯୋଜକ ରାଜେନ୍ଦ୍ର ଦୋରା, ଭୁତପୂର୍ବ ବ୍ଲକ ସଂଯୋଜକ ଆଶିଷ ମିଶ୍ର, ସିଆର୍‌ସିସି ପ୍ରେମରାଜ ପାଣିଗ୍ରାହୀ ଯୋଗ ଦେଇଥିଲେ । ଚଳିତ ବର୍ଷର ବିଷୟବସ୍ତୁ ବି ହ୍ୟୁମାନକାଇଣ୍ଡ ଉପରେ ଅତିଥି ମାନେ ନିଜ ନିଜର ମତବ୍ୟକ୍ତ କରିଥିଲେ । ବୁଦ୍ଧଦେବ ସିଦାର ସଭା ପରିଚାଳନା ଓ ସୁରସେନ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜୁନିଅର ରେଡ଼କ୍ରସ ପରାମର୍ଶ ଦାତା ଅବିନାଶ ମାଝୀ, ପ୍ରସନ୍ନ ମେହେର, ଶିକ୍ଷକ ଜଗମୋହନ ସେଠୀ, ଦୀପକ ବେହେରା, ବଳଦେବ ସୁନା, ଗଇନ୍ଦିମାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶଙ୍କର ନାଗ, ରାଜେନ୍ଦ୍ର କୁମାର ଧରୁଆ, ଲକ୍ଷ୍ମଣ ମାଝୀ, ଶେଷଦେବ ଶବର, ଗୋବିନ୍ଦ ହିଁଆଲ, ଛାୟାକାନ୍ତ ସେଠ, ପୁରନ୍ଦର ବାରଲେବଡିଆ ଆଦି ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.