ଭୀମ ଭୋଇ ଭେଷଜ ମହାବିଦ୍ୟାଳୟରେ ଛାତ୍ରଙ୍କ ମୃତ୍ୟୁ ଘଟଣାର ତଦନ୍ତ ଦାବୀ କଲା ଏବିଭିପି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୀମ ଭୋଇ ଭେଷଜ ମହାବିଦ୍ୟାଳୟରେ ଛାତ୍ରଙ୍କ ମୃତ୍ୟୁ ଘଟଣାର ତଦନ୍ତ ଦାବୀ କରିଛି ଏବିଭିପି । ଏବିଭିପି ପକ୍ଷରୁ କୁହାଯାଇଛି ଯେ, ଗତ ତା ୨୨/୪ ରିଖରେ ଯେଉଁ ଭଳି ଭାବେ ଭୀମ ଭୋଇ ଭେଷଜ ମହାବିଦ୍ୟାଳୟରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟଣା ସମସ୍ତଙ୍କ ସମ୍ମୁଖକୁ ଆସିଲା ତାହା ବହୁତ୍ ଦୁଃଖଦ ଅଟେ । ନିଶାନ୍ତ କୁମାର ମୂଳତଃ ହରିୟଣା ନିବାସୀ ଥିଲେ । କେବଳ ଏଇ ଘଟଣା ନୁହଁ କିଛି ମାସ ପୂର୍ବରୁ ସେଇ ଭଳିଆ ଜଣେ ଛାତ୍ରୀ ମଧ୍ୟ ଭେଷଜ ମହାବିଦ୍ୟାଳୟର ଛାତ୍ରୀ ହଷ୍ଟେଲରୁ ପ୍ରାଣ ହରାଇଥିଲେ । ବଲାଙ୍ଗିର ୟୁବୋଦୟ ଆବାସିକ କଲେଜରେ ସେଇ ଭଳିଆ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟଣା କିଛି ମାସ ପୂର୍ବରୁ ଘଟିଥିଲା । କିନ୍ତୁ ଏବେକାର ଏହି ଘଟଣାରେ ଯେଉଁ ଭଳି ଭାବେ ନିଶାନ୍ତ କୁମାରଙ୍କର ଅଭିଭାବକ ଅଭିଯୋଗ ଆଣୁଛନ୍ତି କି ନିଶାନ୍ତ କୁମାରଙ୍କୁ ହତ୍ୟା କରାଯାଇଛି । ସୁତରାଂ କଲେଜ କତୃପକ୍ଷଙ୍କ କହିବା କଥା ଯେ, କୌଣସି ପ୍ରକାରର ରେଗିଂ କିମ୍ବା ଅନ୍ୟକିଛି ଘଟଣା ଘଟିନାହିଁ । ତ ଏଠି ପ୍ରଶ୍ନ ଉଠୁଛି ଯେ, ନିଶାନ୍ତ କୁମାର କେମିତି ପ୍ରାଣ ହରାଇଲେ ? ଏହା ହତ୍ୟା ନା ଆତ୍ମହତ୍ୟା ? ଏହି ଘଟଣା ପଛରେ ରହସ୍ୟ କଣ ? ବାରମ୍ବାର କଲେଜ ଛାତ୍ର ଛାତ୍ରୀ କଣ ପାଇଁ ପ୍ରାଣ ହରାଉଛନ୍ତି ? ଏଥିପାଇଁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର ଜିଲ୍ଲା ତରଫରୁ ଏହାକୁ ତୀବ୍ର ନିନ୍ଦା କରାଯିବା ସହ, ଖୁବ୍ ଶୀଘ୍ର ତଦନ୍ତ ଓ ସଠିକ୍ କାର୍ଯ୍ୟାନୁଷ୍ଠାନ ଦାବୀ କରାଯାଉଛି ।

Leave A Reply

Your email address will not be published.