csstore

ଜୁଆ ଆଡ୍ଡା ଚଢ଼ାଉ : ୮ ଜୁଆଡି ଗିରଫ ସହ ୪୫ ହଜାର ଟଙ୍କା ଜବତ

ଗଂଜାମ : ଆସିକା ବ୍ଲକର ପାଣ୍ଡିଆପଥର ପଂଚାୟତ ଅନ୍ତର୍ଗତ ସୁନାପଲ୍ଲୀ ଗ୍ରାମରେ ଜୁଆ ଖେଳ ଚାଲିଥିବା ବେଳେ ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇ ୮ ଜୁଆଡି ସହ ତାଙ୍କ ନିକଟରୁ ୪୫ ହଜ଼ାର ଟଙ୍କା, ୮ଟି ମୋବାଇଲ ଓ ୪ ଟି ବାଇକ ଜବତ କରାଯାଇଥିବା ସୂଚନା ମିଳିଛି । ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢ଼ାଉ ହୋଇଥିବା ବେଳେ ଏ ସଂକ୍ରାନ୍ତରେ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ସୂଚନା ଅନୁସାରେ ଗିରଫ୍‌ ହୋଇଥିବା ଜୁଆଡିମାନେ ହେଲେ ଗଂଜାମ ଜିଲ୍ଲା କବିସୂର୍ୟ୍ୟନଗର ଥାନା ଅନ୍ତର୍ଗତ ଭାଟଖାଲି ଗାଁର ପ୍ରଦୀପ ବିଶୋୟୀ (୨୪), ରାଜୀବ ବିଶୋୟୀ (୩୪), ପଦ୍ମନାଭ ସାହୁ (୩୬), ବୁଲୁ ଗୌଡ଼ (୨୮), ଶିବ ଶଙ୍କର ସେଠୀ (୩୫), ରାମ ରାଓ ଦୋରା (୪୫) ଓ ବାବୁଲା ବେହେରା (୪୨) ।

jayashree
Leave A Reply

Your email address will not be published.