oom

ପିପିଲିପାଲିରେ କବି ଖଗେଶ୍ୱର ଜୟନ୍ତୀର ପ୍ରସ୍ତୁତି ପର୍ବ : ଅଧ୍ୟାପକ ପ୍ରକାଶ ସେଠ ପାଇବେ ଖଗେଶ୍ୱର ସମ୍ମାନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ପିପିଲିପାଲିରେ ସାହିତ୍ୟପ୍ରାଣ କବି ଖଗେଶ୍ୱର ଶେଠଙ୍କ ୧୧୬ତମ ଜୟନ୍ତୀ ସମାରୋହ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି । ବିଜେପୁର ଖଗେଶ୍ୱର ସାହିତ୍ୟ କଳା ପରିଷଦ ଓ ପିପିଲିପାଲି ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଆୟୋଜିତ ହେବାକୁ ଯାଉଥିବା ଏହି ଉତ୍ସବର ପ୍ରସ୍ତୁତି ବୈଠକରେ ସଭାପତି ନାଟ୍ୟକାର ମୋହନସିଂ ଅଧ୍ୟକ୍ଷତା କରିଥିଲେ । କ୍ରାନ୍ତିକବି ହରିଲାଲ ସାହୁ, ଦୁର୍ବାଦଳ ମେହେର, ଚତୁର୍ଭୁଜ ପୁନିଆ, ମକରଧ୍ୱଜ ସାହୁ, ଟିକେଲାଲ ପାତ୍ର, ଅନ୍ନଦା ସାହୁ, ବୁଲୁ ପାତ୍ର, କିଶୋର ପାତ୍ର, ଗଣେଶ ପାତ୍ର, ହରିହର ଗିରି, ଶୁକ୍ରୁ ପାତ୍ର, ବିଜୟ ସାହୁ, ସଚିଦାନନ୍ଦ ସାହୁ, ଛାୟାକାନ୍ତ ଦେବତା, ପ୍ରମୁଖ ଯୋଗଦେଇ ଆଲୋଚନାରେ ସାମିଲ୍ ହୋଇଥିଲେ । ଆଗାମୀ ମଇ ୩ ସନ୍ଧ୍ୟା ୬ଘଟିକାରେ ପିପିଲିପାଲିରେ କବି ଖଗେଶ୍ୱର ଶେଠ ଜୟନ୍ତୀ ଉତ୍ସବ ପାଳନ କରିବାକୁ ନିଷ୍ପତ୍ତି ହୋଇଛି । ଖଗେଶ୍ୱର ସାହିତ୍ୟର ପ୍ରଚାର ପ୍ରସାରରେ ନିଜକୁ ସାମିଲ କରିଥିବା ଉତ୍ସର୍ଗୀକୃତ ପ୍ରତିଭା ବୀରମହାରାଜପୁର ମହାବିଦ୍ୟାଳୟର ଅଧ୍ୟାପକ ପ୍ରକାଶ ସେଠଙ୍କୁ ଚଳିତବର୍ଷର ଖଗେଶ୍ୱର ସାହିତ୍ୟ ସମ୍ମାନ ୨୦୨୨ରେ ସମ୍ବର୍ଦ୍ଧିତ କରିବାକୁ ପ୍ରସ୍ତାବ ହୋଇଛି । ଉପସଭାପତି ଦିଲ୍ଲୀପ କୁମାର ଦେବତା ସଭାକୁ ସଂଯୋଜନା କରିଥିଲେ । ପ୍ରଥମ ଅଧିବେଶନରେ ଜୟନ୍ତୀ ଓ ସମ୍ବର୍ଦ୍ଧନା ସଭା ଏବଂ ଦ୍ୱିତୀୟ ଅଧିବେଶନରେ ସମ୍ବଲପୁରୀ କବି ସମ୍ମିଳନୀ ଅନୁଷ୍ଠିତ ହେବ । ଉକ୍ତ ଜୟନ୍ତୀ ସମାରୋହରେ ପଦ୍ମଶ୍ରୀ ଡ. ହଳଧର ନାଗ, ସାହିତ୍ୟିକ ଡ. ସୁବାସ ମେହେର, ନାଟ୍ୟକାର କେଶ ରଞ୍ଜନ ପ୍ରଧାନ, ଅଶୋକ ପୁଜାରୀ, ଡୁଙ୍ଗୁରିପାଲି କଲେଜର ଅଧ୍ୟାପକ କିଶୋର ମେହେର, ଦହିତା କଲେଜର ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଥିବା ସଂପାଦକ ରାଜେଶ୍ୱର ବେହେରା ସୂଚନା ଦେଇଛନ୍ତି । କବି ଦେବାଶିଷ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.