ପତ୍ନୀକୁ କଟୁରୀରେ ହାଣିଲା ସ୍ୱାମୀ

କୋଣାର୍କ : ଗୋପ ଥାନା ବେଗୁନିଆ ଛକରେ ଏକ ଅଭାବନୀୟ ଘଟଣା ଘଟିଥିବା ଖବର ମିଳିଛି । ଦାମାନ୍ୟ ବଚସାରୁ ସ୍ତ୍ରୀକୁ ହାଣି ଦେଲା ସ୍ୱାମୀ । ସ୍ତ୍ରୀ ମନ୍ଦାକିନୀକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସ୍ବାମୀ ବୈରାଗୀ ବେହେରା ଗୋପ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡିଛି । ସୂଚନା ଅଦୁସାରେ ଗୋପ ଥାନା ଅଧୀନସ୍ଥ ବେଗୁନିଆ ଛକରେ ରହୁଥିବା ବୈରାଗୀ ବେହରାଙ୍କ କୌଣସି କାରଣକୁ ନେଇ ସ୍ତ୍ରୀ ମନ୍ଦାକିନୀ ସହ ପାଟିତୁଣ୍ଡ ହୋଇଥିଲା । ଏଥିରେ ବୈରାଗୀ ଉତକ୍ଷିପ୍ତ ହୋଇ ମନ୍ଦାକିନୀଙ୍କୁ ଏକ କଟୁରୀରେ ଆକ୍ରମଣ କରିଥିଲେ । ଏଥିରେ ମନ୍ଦାକିନୀ ଗୁରୁତର ହୋଇଥିବା ଦେଖି ସ୍ଥାନୀୟ ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ମନ୍ଦାକିନୀଙ୍କ ଅବସ୍ଥା ଅତି ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.