oom

ଭାରତୀୟ ଶିକ୍ଷଣ ମଣ୍ଡଳର ପ୍ରତିଷ୍ଠା ଦିବସ ପାଳନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତୀୟ ଶିକ୍ଷଣ ମଣ୍ଡଳର ପ୍ରତିଷ୍ଠା ଦିବସ ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ପାଠାଗାରର ସମ୍ମିଳନୀ କକ୍ଷରେ ବଲାଙ୍ଗିର ଶାଖା ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ପଣ୍ଡିତ ଟିକେଶ୍ୱର ଗୁରୁ, ମୁଖ୍ୟବକ୍ତା ଡ. ଅଭିମନ୍ୟୁ ମିଶ୍ର ଓ ସଂପାଦକ ଗୋପାଳ ଚନ୍ଦ୍ର ପ୍ରଧାନ ମଂଚାସୀନ ଥିଲେ । ଏହି ଅବସରରେ ପ୍ରଫେସର ରାଧାକାନ୍ତ ମିଶ୍ରଙ୍କୁ ପ୍ରଫେସର ନରେନ୍ଦ୍ର ନାଥ ପ୍ରଧାନ ସାହିତ୍ୟ ସମ୍ମାନ, ସାହିତ୍ୟିକ ଅଚ୍ୟୁତାନନ୍ଦ ଉଦ୍‌ଗାତାଙ୍କୁ ପ୍ରଫେସର ଗୋପାଳ ଦାସ ଶର୍ମା ଶିକ୍ଷା ସମ୍ମାନ ଏବଂ ଶିଶୁ ପ୍ରେମୀ ମଦନ ମୋହନ ରଥଙ୍କୁ ସିଦ୍ଦେଶ୍ୱର ସାଏ ଫୁଲରେଣୁ ସମ୍ମାନରେ ଉତ୍ତରିଅ ଓ ମାନପତ୍ର ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପୂର୍ବରୁ କରାଯାଇଥିବା ତର୍କ, ଚିତ୍ରାଙ୍କନ ଓ ସଂଗୀତ ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀମାନଙ୍କୁ ପ୍ରଫେସର ଗୋବିନ୍ଦ ଚନ୍ଦ୍ର ଉଦ୍‌ଗାତା ସ୍ମୃତି ସମ୍ମାନ ସାର୍ଟିଫିକେଟ ସହ ମେଡାଲ ପ୍ରଦାନ କରାଯାଇଥିଲା । ଦୟାନନ୍ଦ ପଣ୍ଡା ଓ ଦୟାନିଧି କରନ ଉପସ୍ଥିତ ରହି ଭାରତୀୟ ଶିକ୍ଷଣ ମଣ୍ଡଳର କାର୍ଯ୍ୟଧାରା ସଂପର୍କରେ ଆଲୋକପାତ କରିଥିôଲେ । ସମଗ୍ର କାର୍ଯ୍ୟକ୍ରମକୁ ଧର୍ମବ୍ରତ ରଥ, ଆକୁଳ ବେହେରା, ଛବିଲାଲ ବେହେରା, ମାଳତି ଉଦ୍‌ଗାତା ଓ ନିଳମଣି ବିଶ୍ୱାଲ ପ୍ରମୁଖ ପରିଚାଳନା କରିଥିଲେ । ନିତ୍ୟାନନ୍ଦ ମିଶ୍ର, ନିଳମଣି ମିଶ୍ର, ପ୍ରଶନ୍ନ କୁମାର ମିଶ୍ର, ହୃଷିକେଶ ପୁରୋହିତ, ଜତିନ୍ଦ୍ର ମୋହନ ପାଠୀ ତଥା ଛାତ୍ର ଛାତ୍ରୀଙ୍କ ଅଭିଭାବକ ଉପସ୍ଥିତ ଥିଲେ । ଶେଷରେ ଉପସଭାପତି ଦିବାକର ହୋତା ଧନ୍ୟବାଦ ଜ୍ଞାପନ କରିଥିଲେ ।

jittmm
Leave A Reply

Your email address will not be published.