lika

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପ୍ରଥମ ଦିନୋତ୍ସବ ଅନୁଷ୍ଠିତ

gbag

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶିଶୁ ବାଟିକା ବିଭାଗର ନୂତନ ଶିଶୁ ମାନଙ୍କ ପ୍ରଥମ ଦିନୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ବୈଦିକ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହି ଯଜ୍ଞକୁ ଅନ୍ତର୍ଯ୍ୟାମୀ ମେହେର ପରିଚାଳନା କରିଥିବା ବେଳେ ସପତ୍ନିକ ମୁକେଶ ସେଠ, ରଞ୍ଜୁ ସେଠ, ନିରାକାର ଭୋଇ, କଲ୍ୟାଣୀ ଭୋଇ, ଉମେଶ ଚନ୍ଦ୍ର ମହାଲିଙ୍ଗ, ମାନସୀ ସେଠ, ମଦନ ମେହେର, ଲକ୍ଷ୍ମୀ ମେହେର ପ୍ରମୁଖ ଯଜ୍ଞ କର୍ତ୍ତାକର୍ମୀ ଭାବରେ ଯୋଗଦାନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ ସ୍ୱାଗତ ଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସୁଜାତା ତ୍ରିପାଠୀ ଗୁରୁମା କାର୍ଯ୍ୟକ୍ରମର ସଂଯୋଜନା କରି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ୩ ଜଣ ଭାଇ ଭଉଣୀଙ୍କ ଜନ୍ମଦିନ ହିନ୍ଦୁ ରୀତିନୀତିରେ ପାଳନ କରାଯାଇଥିଲା । ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

babaa
Leave A Reply

Your email address will not be published.