ସମାଜସେବୀଙ୍କ ହୃଦଘାତରେ ପରଲୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ-କୋଠବାଡ଼ ପଞ୍ଚାୟତ ଅନ୍ତର୍ଗତ ବଡ ଆଙ୍କୁଲା ଗ୍ରାମର ବାସିନ୍ଦା ତଥା ସମାଜସେବୀ ରାମଚନ୍ଦ୍ର ପ୍ରଧାନ(୬୨)ଙ୍କ ଶୁକ୍ରବାର ଅପରାହ୍ନରେ ହୃଦଘାତରେ ମୃତ୍ୟୁ ହୋଇଯାଇଛି । ରାମଚନ୍ଦ୍ର ଅପରାହ୍ନରେ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ନେଇ ତାଙ୍କ ପୁଅ ସମୟ ଚକ୍ର ପ୍ରଧାନ ସୂଚନା ଦେଇଛନ୍ତି । ସମାଜସେବା କ୍ଷେତ୍ରରେ ଦିବଂଗତ ସମାଜସେବୀ ଶ୍ରୀ ପ୍ରଧାନଙ୍କ ଭୂମିକା ଖୁବ୍ ପ୍ରଶଂସନୀୟ ବୋଲି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି । ରାମଚନ୍ଦ୍ର ଜଣେ ମିଷ୍ଟଭାଷୀ, ପରୋପକାରୀ, ଧର୍ମପରାୟଣ ଓ ସରଳ ପ୍ରକୃତିର ବ୍ୟକ୍ତିତ୍ୱ ଥିଲେ ବୋଲି ତାଙ୍କ ମୃତ୍ୟୁରେ ସମଗ୍ର ଡେଲାଙ୍ଗ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ଝିଅ ଶୁଭଶ୍ରୀ ପ୍ରଧାନ ଓଡିଶା ଉଚ୍ଚ ନ୍ୟାୟାଳୟରେ ଜଣେ ଅଧିବକ୍ତା ଭାବେ କାର୍ଯ୍ୟରତ ଅଛନ୍ତି । ଡେଲାଙ୍ଗ-କୋଠବାଡ଼ ପଞ୍ଚାୟତ ନବନିର୍ବାଚିତ ସରପଞ୍ଚ ଦୀପକ କୁମାର ସାହୁ ଦିବଂଗତ ସମାଜସେବୀଙ୍କ ବାସଭବନରେ ପହଞ୍ଚି ତାଙ୍କ ପାର୍ଥିବ ଶରୀରରେ ପୁଷ୍ପମାଲ୍ୟାର୍ପଣ କରି ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.