ପଦ୍ମପୁର ବ୍ରାହ୍ମଣ ସମାଜର ସାମୂହିକ ବ୍ରତୋପନୟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ରାହ୍ମଣ ସମାଜ ଆନୁକୂଲ୍ୟରେ ସମାଜର କଲ୍ୟାଣ ମଣ୍ଡପରେ ଏକ ସାମୂହିକ ବ୍ରତୋପନୟନ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୭ ଜଣ ବଟୁଙ୍କୁ ଉପବିତ ପ୍ରଦାନ କରାଯାଇଥିଲା । ସୁଦୂର ଛତିଶଗଡ଼ ଓ ବଲାଙ୍ଗିର ଭଳି ସ୍ଥାନରୁ ଗରିବ ତଥା ସ୍ୱଚ୍ଛଳ ପରିବାରରୁ ବଟୁ ମାନେ ଅଂଶଗ୍ରହଣ କରିଥିଲେ । ରମାକାନ୍ତ ସୁଆର ତାଙ୍କର ପୁଅର ବ୍ରତ ଏଥିରେ କରାଇ ପ୍ରସାଦ ସେବନର ସମସ୍ତ ବ୍ୟୟ ବହନ କରିଥିଲେ । ତାଙ୍କର ଏପରି ଉଦାର ତଥା ସଂସ୍କାର ଧର୍ମୀ ଚିନ୍ତାଧାରା ସମସ୍ତଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲା । ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ବରଗଡ ସାଂସଦ ସୁରେଶ ପୂଜାରୀ, ମନ୍ତ୍ରୀ ସୁଶାନ୍ତ ସିଂ ଉପସ୍ଥିତ ରହି ନବ ବଟୁଙ୍କୁ ଆଶୀର୍ବାଦ କରିଥିଲେ । ବ୍ରାହ୍ମଣ ସମାଜର ଅନେକ ସଭ୍ୟ ସଭ୍ୟା ବ୍ରତରେ ସମସ୍ତ ପ୍ରକାର ସହଯୋଗ ଓ ପ୍ରସାଦ ସେବନ କରିଥିଲେ । ଏ ଅବସରରେ ଅନୁଷ୍ଠିତ ସାଧାରଣ ସଭାରେ ସମ୍ପାଦକ ଚନ୍ଦ୍ର ଶେଖର ପୁରୋହିତ ବାର୍ଷିକ ବିବରଣୀ ଓ ୨୦୨୦-୨୧ର ଆୟବ୍ୟୟ ବିବରଣୀ ଉପସ୍ଥାପନ କରିଥିଲେ ଓ ଏହା କରତାଳି ପୂର୍ବକ ଗୃହୀତ ହୋଇଥିଲା । ସଭାପତି ଜୟ ନାରାୟଣ ତ୍ରିପାଠୀ ଏ ପ୍ରକାର କାର୍ଯ୍ୟକ୍ରମରେ ସମସ୍ତଙ୍କ ସହଯୋଗ ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ । ବ୍ରାହ୍ମଣ ସମାଜ, ପର୍ଶୁରାମ ବାହିନୀ ତଥା ଗାୟତ୍ରୀ ବାହିନୀର କର୍ମକର୍ତ୍ତାଙ୍କ ସକ୍ରିୟ ସହଯୋଗରେ ବ୍ରତ ସୁରୁଖୁରୁରେ ସମାପନ ହୋଇଥିଲା । ଚନ୍ଦ୍ର ଶେଖର ପୁରୋହିତ ମୁଖ୍ୟକର୍ତ୍ତା ଓ ଅତ୍ରାହି ପାଣିଗ୍ରାହୀ ମୁଖ୍ୟପଣ୍ଡିତ ରୂପେ କାର୍ଯ୍ୟ ତୁଳାଇ ଥିଲେ ।

Leave A Reply

Your email address will not be published.