ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏଆଇଟିୟୁସି ସହ ବନ୍ଧିତ ନିଖିଳ ଓଡିଶା ଆଶା କର୍ମୀ ସଂଘର ଦେଓଗାଁ ବ୍ଲକ କମିଟିର ଏକ ସମ୍ମିଳନୀ ଦେଓଗାଁ ଠାରେ ବ୍ଲକ ସଭାପତି ପ୍ରେମଲତା ରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସଂଘର ବ୍ଲକ ସଂପାଦିକା ଅନୁପମା ସାଏ ପ୍ରାରମ୍ଭିକ ସୂଚନା ଦେଇ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଜିଲ୍ଲା ସଭାପତି ତୀର୍ଥ ପଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ସମସ୍ୟା ଭାବରେ ଆଲୋଚନା କରିବା ସହ ଆଗାମୀ ଦିନରେ ମିଳିତ ଆନ୍ଦୋଳନ ପାଇଁ ଆହ୍ୱାନ ଦେବା ସଙ୍ଗେ ସଙ୍ଗେ ଆସନ୍ତା ତା.୨୮ ଓ ୨୯ ରିଖ ଦୁଇ ଦିନ ବ୍ୟାପି ଦେଓଗାଁ ସିଏଚ୍ସି କାର୍ଯ୍ୟାଳୟ ବନ୍ଦ କରିବା ସହିତ ସର୍ବ ଭାରତୀୟ ସାଧାରଣ ଧର୍ମଘଟକୁ ପୂର୍ଣ୍ଣ ସମର୍ଥନ ଦେଇ ବନ୍ଦ ପାଳନକୁ ପୂର୍ଣ୍ଣ ମାତ୍ରାରେ ସଫଳ କରିବାକୁ ଆହ୍ୱାନ ଦେଇଥିଲେ । ଜିଲ୍ଲା ଉପଦେଷ୍ଟା କମିଟିର ଦୁର୍ଯ୍ୟୋଧନ ବିଶ୍ୱାଲ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଜିଲ୍ଲା କମିଟିର ଉପଦେଷ୍ଟା ସାଏବୁ ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭାରତ ବନ୍ଦକୁ ଦୃଢ ସମର୍ଥନ ଦେବାକୁ ଆଶା କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ଦେଓଗାଁ ଅଞ୍ଚଳର ସମସ୍ତ ଗ୍ରାମରୁ ଆଶା କର୍ମୀମାନେ ଉକ୍ତ ସମ୍ମିଳନୀରେ ବହୁଳ ଭାବରେ ଯୋଗଦେଇ ସଭାକୁ ସଫଳ କରିଥିଲେ ।