ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହାକୁମା ଛତ୍ରପୁର ଏନ୍ଏସିର ପୌର ନିର୍ବାଚନ ନିମନ୍ତେ ଆଜି ଅନୁଷ୍ଠାନିକ ଭାବେ ପ୍ରଚାର ଗାଡିର ଶୁଭାରମ୍ଭ ହୋଇଛି । ପ୍ରାକ୍ତନ ବିଧାୟକ ଅଶୋକ କୁମାର ଚୌଧୁରୀଙ୍କ କରକମଳରେ ନଡ଼ିଆ ଭାଙ୍ଗି ଶୁଭ-ମନସା ଯାଇଥିବା ବେଳେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ଦ୍ଵାରା ଦଳୀୟ ସବୁଜ ପତ୍ରିକା ଦେଖାଇ ଏହାର ଶୁଭାରମ୍ଭ କରାଯାଇଛି । ସମାଜସେବୀ ତଥା ପୂର୍ବତନ କାଉନ୍ସିଲର ଟି.ଚନ୍ଦ୍ରଶେଖର ରାଓଙ୍କ ସହଧର୍ମିଣୀ ଟି.ଲଷ୍ମୀ ଜଣେ ପୂର୍ବତନ ପୌର ଅଧ୍ୟକ୍ଷା ଅଟନ୍ତି । ଛତ୍ରପୁର ସହରର ସମସ୍ତ ଅଭାବ ଅସୁବିଧା ସହ ସହରର ପୁନଃନିର୍ମାଣ କରିବାକୁ ଆଗେଇ ଆସିଥିବା ବିଜେଡି ପ୍ରାର୍ଥିନୀ ଟି.ଲଷ୍ମୀ ଆଜି ଗଣମାଧ୍ୟମ ଆଗରେ ଛତ୍ରପୁର ସହରର ସର୍ବାଙ୍ଗୀନ ଉନ୍ନତି ଦିଗରେ ଯଥେଷ୍ଟ ଧ୍ୟାନ ଦିଆଯିବ ବୋଲି କହିଛନ୍ତି । ପିଇବା ପାଣି, ସହରର ବିଭିନ୍ନ ଖାଲିସ୍ଥାନଗୁଡିକରେ ସୌନ୍ଦର୍ଯ୍ୟିକରଣ, ପାର୍କ, ସ୍ୱଚ୍ଛତା ଦିଗରେ ପରିକଳ୍ପନା ପ୍ରଭୁତି ସଫଳ ହେବ । ଯେଉଁମାନେ ରାସନକାର୍ଡ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣମୂଳକ ଯୋଜନାରୁ ବାଦ ପଡିଛନ୍ତି, ତାହା ଅନୁରୂପମୂଳକ କାର୍ଯ୍ୟକାରୀ କରାଯିବା ଦିଗରେ ବିଶେଷ ଧ୍ୟାନ ଦିଆଯିବ ବୋଲି ପ୍ରାର୍ଥିନୀ ଟି.ଲଷ୍ମୀ ସ୍ୱଷ୍ଟ କରିଛନ୍ତି । ବିଜେଡି ଆଇନ ସମ୍ମୁଖ୍ୟ ନେତା ବରିଷ୍ଠ ଆଇନଜୀବୀ ବିଜୟ ପଟ୍ଟନାୟକ, ଧର୍ମା ରେଡ୍ଡୀ, ବ୍ରଜମୋହନ ଆଚାର୍ଯ୍ୟ, ଡମିନାଥ ସାହୁ, ଅନ୍ୟମାନଙ୍କ ମଧ୍ୟରେ ୨୦ନମ୍ବର ଜୋନ୍ ଜିଲ୍ଲାପରିଷଦ ସଦସ୍ୟ ଏମ୍.ଧନଞ୍ଜୟ ରେଡ୍ଡୀ ତଥା ସମସ୍ତ କାଉନ୍ସିଲର ପ୍ରାର୍ଥୀ/ପ୍ରାର୍ଥିନୀ ବିଜୁ ଜନତା ଦଳର ବହୁ ନେତ୍ତୃବର୍ଗ ଯୋଗ ଦେଇଥିଲେ । ଦୁଇଟି ପ୍ରଚାରଗାଡି ସହ ଏକ ଖୋଲା ଯାନ୍ତ୍ରିକ ବାହାନରେ ବର୍ଣ୍ଣାଢ୍ୟ ପଟୁଆରରେ ଡାକବାଜି ଯନ୍ତ୍ର ମାଧ୍ୟମରେ ମଙ୍ଗଳବାର ସହର ପରିକ୍ରମା ହୋଇଛି ।