ଜିଲ୍ଲା କୃଷି ଅଧିକାରୀ ଏମ. ଆନନ୍ଦ ରାଓଙ୍କ ଘର ଓ ଅଫିସରେ ଭିଜିଲାନ୍ସ ଚଢାଉ

ମାଲକାନଗିରି : ଆୟ ବହିର୍ଭୂତ୍ତ ସଂପତ୍ତି ଠୁଳ ଅଭିଯୋଗରେ ଜିଲ୍ଲା କୃଷି ଅଧିକାରୀ ଏମ. ଆନନ୍ଦ ରାଓଙ୍କ ଘର ଓ ଅଫିସରେ ଭିଜିଲାନ୍ସ ଟିମ୍‌ ଚଢାଉ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ଆଜି ସକାଳେ ମାଲକାନଗିରି ଜିଲ୍ଲା କୃଷି ଅଧିକାରୀ ଏମ୍‌. ଆନନ୍ଦ ରାଓଙ୍କ ଘରେ ଭିଜିଲାନ୍ସ ରେଡ୍ କରି ତାଙ୍କ ବାସଭବନ ସହ ସରକାରୀ କାର୍ଯ୍ୟାଳୟରେ ଭିଜିଲାନ୍ସର ରେଡ୍ ଚାଲିଥିବା ସୂଚନା ମିଳିଛି । ଏଥିସହିତ ନବରଙ୍ଗପୁରରେ ତାଙ୍କ ପୈତୃକ ଘର ସହ ବିଶାଖାପାଟଣାରେ ମଧ୍ୟ ଚଢାଉ ହେଉଥିବା ସୂଚନା ମିଳିଛି । ଚଢାଉ ବେଳେ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ସହ ଘରୁ ନଗଦ ଟଙ୍କା ସହ ସୁନା ଗହଣା ମିଳିଥିବା ନେଇ ସୂଚନା ମିଳିଛି । ତେବେ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ ସବିଶେଷ ତଥ୍ୟ ହାସଲ ହୋଇନଥିବା ଖବର ମିଳିଛି ।

Leave A Reply

Your email address will not be published.