ନରେଶ ଦାସ ରିଷିଡା ନାଏବ ସରପଞ୍ଚ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

କଳାହାଣ୍ଡି, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଲକର ପ୍ରମୁଖ ପଂଚାୟତ ଭାବେ ଗଣାଯାଉଥିବା ରିଷିଡା ପଂଚାୟତର ନାଏବ ସରପଞ୍ଚ ଭାବେ ୮ ନମ୍ବର ୱାର୍ଡର ୱାର୍ଡ ମେମ୍ବର ନରେଶ ଦାସ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ତାଙ୍କୁ ସମସ୍ତ ୧୨ଟି ଯାକ ୱାର୍ଡ ମେମ୍ବର ସମର୍ଥନ କରିଥିଲେ । ସୂଚନାଯୋଗ୍ୟ ଯେ, ତାଙ୍କ ବାପା ସ୍ୱର୍ଗତ ଚତୁର୍ଭୁଜ ଦାସ ତିନି ଦଶନ୍ଧି ତଳେ ନାଏବ ସରପଞ୍ଚ ଥିଲେ । ଆଗରୁ ବାପା ଥିଲେ ଏବେ ପୁଅ ହେଲେ ବୋଲି ଏଠି ଚର୍ଚ୍ଚା ଚାଲିଛି । ତାଙ୍କୁ ବରିଷ୍ଠ ବିଜେଡି ନେତା ଶିବଲାଲ କେଡ଼ିଆ, ପ୍ରେସ କ୍ଲବ ସଭାପତି ନରୋତ୍ତମ ସେଲମା, କମ୍ବୁପାଣି ସାହୁ, ଭଜଶ୍ୟାମ ସାହୁ, ମନୋଜ ଜୈନ, ବିଜେଡି ଯୁବ ସୋସିଆଲ ମିଡ଼ିଆ ସଂଯୋଜକ ତ୍ରିଶଙ୍କ ରଣା ପ୍ରମୁଖ ଅଭିନନ୍ଦନ ଜଣାଇବା ସହ ସାମଗ୍ରିକ ବିକାଶରେ ଆଗେଇ ଯିବାକୁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.