ପୃଥ୍ୱୀରାଜ ହାଇସ୍କୁଲ ୧୯୭୨ ବ୍ୟାଚର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପୃଥ୍ୱୀରାଜ ହାଇସ୍କୁଲ ୧୯୭୨ ବ୍ୟାଚର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଜିଲ୍ଲା ସାମ୍ବାଦିକ ଭବନଠାରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଓ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ବିଜୟ କୁମାର ଦିକ୍ଷିତଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସେ ସମୟରେ ଥିବା ଶିକ୍ଷକ ଲକ୍ଷ୍ମୀ ନାରାୟଣ ଦାଶ, ପ୍ରାଣବନ୍ଧୁ ନାୟକ, ଶ୍ୟାମ ସୁନ୍ଦର ଉଦ୍‌ଗାତା, ଭାବଗ୍ରାହୀ ରଥ, ଘାସିରାମ ବିଶ୍ୱାଳ, ପ୍ରଫୁଲ୍ଲ କୁମାର ମହାନ୍ତି ପ୍ରମୁଖଙ୍କୁ ସ୍ମରଣିକା କମିଟିର ପରିଚାଳନା ସଂପାଦକ ଭବାନୀ ଶଙ୍କର ପଟେଲ, ରାମଶଙ୍କର ନନ୍ଦ, ଗୋପବନ୍ଧୁ ଶତପଥୀ, ସୁରେନ୍ଦ୍ର କୁମାର ତ୍ରିପାଠୀ, ଅଶୋକ ଶତପଥୀ ଓ ବିଜୟ କୁମାର ଦିକ୍ଷିତ ମାନପତ୍ର ପାଠ କରିଥିଲେ ଓ ଶିକ୍ଷକମାନେ ପରସ୍ପରକୁ ମାନପତ୍ର ପ୍ରଦାନ କରିଥିଲେ । ସମ୍ମାନିତ କାର୍ଯ୍ୟକ୍ରମ ପରେ ଶିକ୍ଷକମାନେ ଆଶୀର୍ବଚନ ପ୍ରଦାନ କରିଥିଲେ । ସ୍ମରଣିକା ଉନ୍ମୋଚିତ ହେଲା ପରେ ସ୍ମରଣିକା କମିଟି ସଦସ୍ୟମାନେ ବକ୍ତବ୍ୟ ରଖିଥିଲେ । ପୂର୍ବରୁ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଉଦ୍‌ଘାଟନ ଓ ସମ୍ମାନିତ କାର୍ଯ୍ୟକ୍ରମ ପରେ ୭୨ ବ୍ୟାଚର ପରିବାର ସହ ଯୋଗଦେଇଥିବା ବନ୍ଧୁ ପତ୍ନୀ ସାଙ୍ଗରେ କ୍ରମାନ୍ୱୟରେ ମଞ୍ଚକୁ ନିମନ୍ତ୍ରଣ କରାଯାଇଥିଲା । ସେମାନେ ସପତ୍ନୀକ ମଂଚକୁ ଯାଇ ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ । ଏଥିରେ ରାଜ୍ୟ ଭିତରୁ ଓ ଦେଶ ବିଦେଶରେ ଥିବା ବ୍ୟାଚ ସାଙ୍ଗ ଯୋଗଦେଇଥିଲେ । ମଧ୍ୟାହ୍ନ ଭୋଜନ ପରେ ଫଟୋ କାର୍ଯ୍ୟକ୍ରମ ଓ ବ୍ୟାଚର କଳାକାରମାନେ ମନୋରଂଜନ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲେ । ଦିନ ତମାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

jittmm
Leave A Reply

Your email address will not be published.