oom

ପଣ୍ଡରାପିଟାରେ ଶିଶୁଙ୍କ କୁକୁର ଛୁଆ ବଳି ଘଟଣା : ଗାଁରେ ପହଞ୍ଚିଲା ପ୍ରଶାସନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : କିଛି ଦିନ ତଳେ ବଲାଙ୍ଗିର ବ୍ଲକ ବରକାନୀ ପଞ୍ଚାୟତର ପଣ୍ଡରାପିଟା ଗ୍ରାମରେ ଛୋଟ ଛୋଟ କୋମଳମତି ଶିଶୁଙ୍କ ଦ୍ୱାରା କୁକୁର ଛୁଆ ବଳି ଭଳି ସମ୍ବେଦନଶୀଳ ଘଟଣା ସଂପର୍କରେ ଜାଣିବା ପରେ, ପ୍ରଶାସନ ତରଫରୁ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଯୋଗେଶ୍ୱର ମହାନ୍ତି, ସଭ୍ୟ ଡା. ଗୋଦାବରୀଶ ରଥ, ବିରଞ୍ଚି ବହିଦାର, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମାଜିକ କର୍ମୀ ଅରୁଣ ଖୁଆସ, ଚାଇଲ୍ଡ ଲାଇନ ବଲାଙ୍ଗିରର ସ୍ୱେଚ୍ଛାସେବୀ ବୀଣା ପୁଟେଲ, ଧନେଶ୍ୱର ଖେମଣ୍ଡ ପ୍ରମୁଖ ପଣ୍ଡରାପିଟା ଗାଁକୁ ଯାଇ ଶିଶୁମାନଙ୍କର ପିତା-ମାତା, ପଡୋଶୀ, ଗାଁର ଭଦ୍ର ବ୍ୟକ୍ତିମାନଙ୍କୁ ଯାଇ ଭେଟି ଉପରୋକ୍ତ ଘଟଣାର ଯେପରି ପୁନରାବୃତ୍ତି ନହେବ ତଥା ଏଭଳି ଜଘନ୍ୟ ମାନସିକତାରୁ ଜୀବନ ବ୍ୟାପୀ ମୁକ୍ତ ହେବେ, ସେ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ଓ ସମସ୍ତଙ୍କୁ ବୁଝାଇଥିଲେ । ଏହି ଆଲୋଚନା ସମୟରେ ଜଣାପଡିଥିଲା ଯେ ସମସ୍ତ ଶିଶୁମାନଙ୍କର ପିତାମାତା, ବାସଗୃହ, ସ୍କୁଲ ଅଙ୍ଗନୱାଡି କେନ୍ଦ୍ରର ଛାତ୍ର ଅଟନ୍ତି । ଏବେ ବୈଶ୍ୱିକ ମହାମାରୀ କୋଭିଡ୍‌ -୧୯ ଦୂର ହୋଇଯିବା ପରେ ସମସ୍ତ ସ୍କୁଲ, ଅଙ୍ଗନୱାଡି କେନ୍ଦ୍ର ଖୋଲିଯାଇଛି ଓ ଶିଶୁମାନେ ବର୍ତ୍ତମାନ ଅଧ୍ୟାପନା ସକାଶେ ଯାଉଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, କରୋନାର ପ୍ରାଦୁର୍ଭାବ ଯୋଗୁଁ ଗତ ଦୁଇ ବର୍ଷ ଧରି ସମସ୍ତ ବର୍ଗର ଲୋକଙ୍କ ଜୀବନଶୈଳି ଉପରେ ଗଭୀର କୁପ୍ରଭାବ ପଡିଥିଲା ଓ କୋମଳମତି ଶିଶୁମାନେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବାର ଏହା ଏକ ଜ୍ୱଳନ୍ତ ଉଦାହରଣ ଅଟେ । ଆଗକୁ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନହେବ ସେଥିପାଇଁ ସ୍କୁଲ ସ୍ତରରୁ ଆରମ୍ଭ କରି ସମାଜ ପର୍ଯ୍ୟନ୍ତ ବ୍ୟାପକ ସଚେତନତା ସୃଷ୍ଟି କରିବା ଜରୁରୀ ଅଟେ ବୋଲି ସମସ୍ତେ ମତ ପ୍ରକାଶ କରିଥିଲେ ତଥା ଏଥିପାଇଁ ସମାଜର ଗୁରୁଦାୟିତ୍ୱକୁ ସମସ୍ତେ ତୁଳାଇବେ ବୋଲି କହିଥିଲେ ।

jittmm
Leave A Reply

Your email address will not be published.