oom

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା ଅଭିଯୋଗ

jsmm

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୌଣସି ପ୍ରକାର ସାଧାରଣ ସୁବିଧା ନଥିବାରୁ ଡାକ୍ତରଖାନା ଉପରେ ନିର୍ଭର କରୁଥିବା ସମସ୍ତ ଢେଙ୍କାନାଳବାସୀ ଏବଂ ପଡୋଶୀ ଜିଲ୍ଲାବାସୀ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା କେନ୍ଦ୍ର ଅକାଂକ୍ଷା ଯୋଜନାରେ ସାମିଲ ହୋଇଥିବା ବେଳେ ଢେଙ୍କାନାଳ ମେଡିକାଲକୁ ମେଡିକାଲ କଲେଜରେ ରୂପାନ୍ତରୀତ କରିବା ପାଇଁ ଢେଙ୍କାନାଳର ଓକିଲ, ପୂର୍ବତନ ସିବିଆଇ ଜଜ୍‌, ପୂର୍ବତନ ଚିଫ୍‌ ଇଞ୍ଜିନିୟର, ସମାଜସେବୀ, ପୂର୍ବତନ ଡାକ୍ତର ଆସି ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଢେଙ୍କାନାଳ ଡାକ୍ତରଖାନାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ପ୍ରାୟ ସମସ୍ତ ଭିତ୍ତିଭୂମି ରହିଥିବା ବେଳେ ଏବେ ଦେଖିବାକୁ ବାକି ରହିଲା କେଉଁଦିନ ସର୍ବସାଧାରଣଙ୍କ ‌ଦାବୀ ପୂରଣ ହେଉଛି ।

jittmm
Leave A Reply

Your email address will not be published.