ଛାତ ତିଆରି ପାଇଁ ରଡ ବାନ୍ଧିବା ବେଳେ ଘଟିଲା ଅଘଟଣ : ଯୁବକଙ୍କ ମୃତ୍ୟୁ

ଆଠମଲ୍ଲିକ : ଆଠମଲ୍ଲିକ ଥାନା ନୂଆମାଣତିର ଗାଁରେ ଘଟିଛି ଏକ ଅଘଟଣ । ବିଦ୍ୟୁତ୍ ଆଘାତ ଲାଗି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପହିଛି । ମୃତକ ଜଣକ ଉକ୍ତ ଗାଁର କୃଷ୍ଣଚନ୍ଦ୍ର ସାହୁ ବୋଲି ଜଣାପଡିଛି । ସୂଚନାନୁଯାୟୀ, ନୂଆମାଣତିର ଗାଁର ସର୍ବେଶ୍ୱର ଧଳଙ୍କ ଘର ଛାତ ପଡୁଥିଲା । ଗାଁର କୃଷ୍ଣଚନ୍ଦ୍ର ସାହୁ ଓ ତାଙ୍କ ଅନ୍ୟ କିଛି ସାଥୀ ଛାତ ପକାଇବା ପାଇଁ ଯାଇ ଛାତ ପକାଇବା ପାଇଁ ଲୁହା ରଡ ବାନ୍ଧୁଥିଲେ । ଏହି ସମୟରେ କୃଷ୍ଣଚନ୍ଦ୍ର ବାନ୍ଧୁଥିବା ଛଡ଼ ଏକ ୧୧ କେଭି ବିଦ୍ୟୁତ୍ ତାରରେ ଲାଗିଯିବାରୁ ତାଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିଲା, ଫଳରେ ଘଟଣାସ୍ଥଳରେ କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ସୃଷ୍ଟି ହୋଇଛି । ୧୧ କେଭି ତାର ଯାଇଥିବା ସ୍ଥାନରେ ସର୍ବେଶ୍ୱର ଧଳ କିପରି ଶ୍ରମିକଙ୍କୁ କାମରେ ଲଗାଇଥିଲେ ବୋଲି ପୋଲିସ ତାର ତଦନ୍ତ କରି ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ଗ୍ରାମବାସୀ କହିଛନ୍ତି ।

Leave A Reply

Your email address will not be published.