oom

ନଅଗାଁ(ଖ)ରେ ବିଜ୍ଞାନ ଦିବସ-୨୦୨୨ ପାଳିତ

jsmm

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ନଅଗାଁ(ଖ) ସରକାରୀ ପଂଚାୟତ ଉଚ୍ଚ ବିଦ୍ୟାଳୟଠାରେ ପରିଚାଳନା କମିଟି ତଥା ଆଲୁମିନି ଓ ଗ୍ରାମବାସୀଙ୍କ ସହଯୋଗ କ୍ରମେ ଜିଲ୍ଲାସ୍ତରୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ବିଜ୍ଞାନ ସମ୍ୱନ୍ଧୀୟ ୨୮ଟି ପ୍ରକଳ୍ପ ପ୍ରଦର୍ଶିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଲୋଇସିଂହା ଓ ଆଗଲପୁର ବ୍ଲକର ବିଭିନ୍ନ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକମାନେ ଅଂଶଗ୍ରହଣ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ଧୃବ ଚରଣ ବେହେରା, ମୁଖ୍ୟବକ୍ତା ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ରସାୟନ ବିଭାଗ ରିଡର ରାମ ନରେଶ ମହାଳିଙ୍ଗ ଏବଂ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ କେଶବ ଚନ୍ଦ୍ର ମେହେର ଯୋଗ ଦେଇଥିଲେ । ସାହିତ୍ୟ ଓ ବିଜ୍ଞାନ ପରିଷଦ ଉପଦେଷ୍ଟା ସନାତନ ଠାକୁର, ସଭାପତି ଡ଼. ଅଭିମନ୍ୟୁ ମିଶ୍ର, ସମ୍ପାଦକ ଡ଼. ବି.ଏନ୍‌. ଶ୍ରୀକାନ୍ତ, ଲୋଇସିଂହା ଗୋଷ୍ଠୀ ଶିକ୍ଷାଧିକାରୀ ରୀନା କୁମାରୀ ବେହେରା, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସରୋଜ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ବିଜ୍ଞାନ ଉପରେ ବିଭିନ୍ନ ମତ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମକୁ ପଂଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାଗବତିଆ ସାହୁ, ଚିନ୍ତାମଣି ପଧାନ ପରିଚାଳନା କରିଥିଲେ । ପରିଶେଷରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ନାଚଗୀତ ପରିବେଷଣ କରାଯାଇଥିଲା । ଗୋବିନ୍ଦ ଚନ୍ଦ୍ର ବିଶି, ବସନ୍ତ ବିଶି, ଅମୀର, ଜ୍ୟୋତି, ରମାକାନ୍ତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.