ଭତ୍ତା ଓ ଆବାସରୁ ବଂଚିତ ଇଶ୍ୱର : ଇଶ୍ୱରଙ୍କୁ ଇଶ୍ୱର ହିିଁ ଭରସା

ପଦ୍ମପୁର, (ନିରୋଜ କୁମାର ପାଣୀ) : କାହାକୁ ଜଣା ଥିଲା ହସଖୁସିର ସୁନାର ସଂସାରକୁ ଦୁଃଖର ବାଦଲ ଢାଙ୍କି ଦେବ ବୋଲି । ଘର ତିଆରି ମିସ୍ତ୍ରୀ କାମ କରି ଯାହା ରୋଜଗାର ହୁଏ ସେଥିରେ ନିଜ ପରିବାର ପୋଷଣ କରୁଥିଲେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ତ ଗାଇସିଲେଟ ବ୍ଲକ ସରଧାପଲି ପଞ୍ଚାୟତ ଅଧୀନସ୍ଥ ନୂଆପାଲି ଗ୍ରାମର ଇଶ୍ୱର ଆମରି(୪୨) । ହଠାତ ଗୋଡ଼ରେ ଯନ୍ତ୍ରଣା ବହୁତଦିନ ଧରି ଲାଗିରହେ । ବହୁତ ଔଷଧ ଖାଇଲେ ମଧ୍ୟ ଗୋଡ଼ର ଯନ୍ତ୍ରଣା ଭଲହୁଏ ନାହିିଁ । ଶେଷରେ ବୁର୍ଲା ମେଡିକାଲରେ ଗୋଡ଼ ଅପରେସନ କରି ଗୋଟେ ଗୋଡ଼ କାଟିବାକୁ ପଡିଲା । ଏବେ ସେ କୌଣସି କାମ କରି ପାରୁନାହାନ୍ତି । ତାଙ୍କ ସ୍ତ୍ରୀ ମଜୁରୀ କାମ ମାରି ବହୁତ କଷ୍ଟରେ ଗୋଟେ ପୁଅ ଓ ଝିଅକୁ ନେଇ ପାରବାର ଚଳାଉଛନ୍ତି । ମାଟି ଘର ଭାଙ୍ଗି ପଡିଯିବା ଅବସ୍ଥାରେ । ଭିନ୍ନକ୍ଷମ ହେବାର ଗୋଟେ ବର୍ଷ ବିତି ଯାଇଥିଲେ ମଧ୍ୟ ତାଙ୍କୁ ଭତ୍ତା ମିଳିନାହିଁ । ଆବାସ ଯୋଜନାରୁ ମଧ୍ୟ ସେ ବଂଚିତ । ତାଙ୍କୁ ସରକାର ଭିନ୍ନକ୍ଷମ ଭତ୍ତା ସହ ଆବାସ ଯୋଜନାରେ ଘର ଖଣ୍ଡେ ଯୋଗାଇ ଦେବାକୁ ସମାଜସେବୀ ମୁକେଶ କୁମାର ସାହୁ ଦାବୀ କରିଛନ୍ତି ।

Leave A Reply

Your email address will not be published.