ପାଟଣାଗଡ଼ ଜବାହରଲାଲ କଲେଜରେ ଭୋଟ ଗଣିତ କେନ୍ଦ୍ରକୁ ପରିଦର୍ଶନ କଲେ ଜିଲ୍ଲାପାଳ ଚଞ୍ଚଳ ରାଣା

ପାଟଣାଗଡ଼, (ଗୋରେଖନାଥ ବରିହା) : ପ୍ରଥମ ପର୍ଯ୍ୟାୟ ଭୋଟ ଗଣତିରେ ଗତକାଲି ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ଉପଖଣ୍ଡର ୩ଟି ଜୋନ ପାଇଁ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଯେଉଁଥିରେ ପାଟଣାଗଡ଼ ବ୍ଲକ ୧୪ ନମ୍ବର ଜିଲ୍ଲା ପରିଷଦ ସହ ୧୧ଟି ପଂଚାୟତ ବେଲପଡା ବ୍ଲକର ୨୪ ନମ୍ବର ଜିଲ୍ଲା ପରିଷଦ ସହ ୯ଟି ପଂଚାୟତ ଏବଂ ଖପ୍ରାଖୋଲ ବ୍ଲକର ୩ ନମ୍ବର ଜିଲ୍ଲା ପରିଷଦ ସହ ୧୧ଟି ପଂଚାୟତ ପାଇଁ ଭୋଟଗଣତି ଆରମ୍ଭ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ପାଟଣାଗଡ଼ ଜବାହରଲାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ପରିଦର୍ଶନ କରି ଭୋଟ ଗଣତି କେମିତି ଚାଲିଛି ତାହାର ତଦାରଖ କରିଥିଲେ ଏବଂ ଭୋଟ ଗଣତି ପାଇଁ ଭଲ ବ୍ୟବସ୍ଥା ଥିବା ସହ ଶାନ୍ତି ଶୃଙ୍ଖଳା ସହ ଭୋଟ ଗଣତି ଜାରି ରହିଥିବା ସୂଚନା ଦେଇଥିଲେ । ପାଟଣାଗଡ଼ ତହସିଲଦାର ପୁଷ୍ପାଞ୍ଜଳି ପଣ୍ଡାଙ୍କ ସମେତ ଉପଖଣ୍ଡ ଥାନା ଅଧିକାରୀ ଜ୍ୟୋତିର୍ମୟ ଭୁକ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.