csstore

ମାର୍ଯ୍ୟାତିପୁର ଛକରେ ବାଇକ ଧକ୍କାରେ ରାସ୍ତା ପାରି ହେଉଥିବା ଜଣେ ମହିଳାଙ୍କ ମୃତ୍ୟୁ : ଗୁରୁତର ଆହତ ଚାଳକ ମେଡିକାଲରେ ଭର୍ତ୍ତି

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତର୍ଗତ ଖୁଣ୍ଟବନ୍ଧ ପଂଚାୟତର ମାର୍ଯ୍ୟାତିପୁର ଛକ ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗିର ୫୭ ନଂ. ଜାତୀୟ ରାଜପଥରେ ଏକ ବାଇକ ଧକ୍କାରେ ଜଣେ ମହିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ବାଇକ ଚାଳକ ଗୁରୁତର ଆହତ ଅବସ୍ଥାରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସୂଚନା ମତେ ଗତକାଲି ରାତି ପ୍ରାୟ ୮ଟା ୧୦ମିନିଟ ସମୟରେ ମାର୍ଯ୍ୟାତିପୁର ଗ୍ରାମର ରାଜେନ୍ଦ୍ର ସେଠିଙ୍କ ପତ୍ନୀ କୁନୀ ସେଠି(୬୦) ରାସ୍ତା ପାର ହେଉଥିବା ବେଳେ ବଲାଙ୍ଗିରରୁ ବୌଦ୍ଧ ଆଡକୁ ଦ୍ରୁତ ଗତିରେ ଆସୁଥିବା (ଓଡି୩୧ଏଚ୍‌୦୨୦୫)ନଂ. ବିଶିଷ୍ଟ ଏକ ହିରୋ ଗ୍ଲେମୋର ବାଇକ ତାଙ୍କୁ ଶକ୍ତ ଧକ୍କା ଦେଇଥିଲା । ଫଳରେ ମହିଳାଙ୍କ ସମେତ ବାଇକ ଆରୋହୀ ଦୂରକୁ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ପରୀକ୍ଷା କରି କୁନୀ ସେଠିଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ବାଇକ ଚାଳକ ଆସିକ ସୁନାଙ୍କୁ (୩୫)ଗୁରୁତର ଅବସ୍ଥାରେ ବୌଦ୍ଧ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଜହ୍ନାପଙ୍କ ଫାଣ୍ଡି ପୋଲିସ ସେଠାରେ ପହଂଚି ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

jayashree
Leave A Reply

Your email address will not be published.