ଆସନ୍ତାକାଲି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗଣତି ପ୍ରସ୍ତୁତି ଶେଷ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ୨୫୩ ଗ୍ରାମ ପଞ୍ଚାୟତରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗଣତି ଆସନ୍ତାକାଲି ୧୨ଟି ବ୍ଲକର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ । ଉକ୍ତ ସ୍ଥାନରେ ଥିବା ଷ୍ଟ୍ରଙ୍ଗରୁମ ଗୁଡିକରେ ଏବେ ଭୋଟ ବାକ୍ସ ସୁରକ୍ଷିତ ବ୍ୟବସ୍ଥା ମଧ୍ୟରେ ରହିଛି । ଆସନ୍ତାକାଲି ସକାଳୁ ପର୍ଯ୍ୟାୟ କ୍ରମେ ଜିଲ୍ଲା ପରିଷଦ ଜୋନ ଏବଂ ପଞ୍ଚାୟତ ଗୁଡିକର ଭୋଟ ଗଣତି ସକାଳ ୮ରୁ ଶେଷ ପ~ðýନ୍ତ ଚାଲିବ ଓ ଘୋଷଣା ହେବ । ଅମ୍ଭାଭୋନା ବ୍ଲକର ମହାତ୍ମା ଗାନ୍ଧି ଡିଗ୍ରୀ କଲେଜରେ ଏହି ଭୋଟ ଗଣତି କା~ðý ହେବାକୁ ଥିବା ବେଳେ ଅତାବିରା ବ୍ଲକର ଅତାବିରା କଲେଜ, ବରଗଡ଼ ସଦର ବ୍ଲକର ଜର୍ଜ ହାଇସ୍କୁଲ, ବରପାଲି ବ୍ଲକରେ ବରପାଲି କଲେଜ, ଭଟଲି ବ୍ଲକରେ ଦଧିବାମନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଭେଡେନ ବ୍ଲକରେ ସରକାରୀ ଆଇଟିଆଇ, ବିଜେପୁର ବ୍ଲକରେ ବିଜେପୁର କଲେଜରେ ଭୋଟ ଗଣତି ଅନୁଷ୍ଠିତ ହେବ । ଗାଇସିଲେଟ ବ୍ଲକର ପଞ୍ଚାୟତ ସମିତି କଲେଜ, ଝାରବନ୍ଧ ବ୍ଲକରେ ପଞ୍ଚାୟତ ସମିତି ଡିଗ୍ରୀ କଲେଜ, ପାଇକମାଳ ବ୍ଲକରେ ପୁରୁଣା ଆଇସିଡିଏସ ଅଫିସ, ପଦ୍ମପୁର ଠାରେ ଅଞ୍ଚଳ କଲେଜ, ସୋହେଲା ବ୍ଲକରେ ସୋହେଲା କଲେଜରେ ଭୋଟ ଗଣତି ଅନୁଷ୍ଠିତ ହେବ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କାଉଟିପ୍ସ ଅଫିସର ଭୋଟ ଗଣତି କେନ୍ଦ୍ରକୁ ପହଞ୍ଚି ସାରିଲେଣି । ଗୋଟିଏ ପଞ୍ଚାୟତ ପାଇଁ ଗୋଟିଏ ଟେବୁଲ ଏବଂ ପ୍ରତି ପ୍ରାର୍ଥୀଙ୍କ ପାଇଁ ଟ୍ରେ ରଖାଯିବ । ପ୍ରାର୍ଥୀ ମାନଙ୍କ ଏଜେଣ୍ଟ ମଧ୍ୟ ସେଠାରେ ଉପସ୍ଥିତ ରହିବେ । ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.