ମାର୍ଚ୍ଚ ୧ରେ ଶ୍ରୀଲୋକନାଥଙ୍କ ଜାଗର ଯାତ୍ରା ନିମନ୍ତେ ସ୍ୱତନ୍ତ୍ର ଦର୍ଶନ ଲାଗି ବିକ୍ରି ହେବ ୬ ହଜାର ଟିକେଟ୍

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀର ପ୍ରସିଦ୍ଧ ଶ୍ରୀଲୋକନାଥ ପୀଠରେ ଜାଗର ଯାତ୍ରା ନିମନ୍ତେ ନୀତିନିର୍ଘଣ୍ଟ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଯାଇଛି । ଏନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଚଳିତ ବର୍ଷ ପଙ୍କୋଦ୍ଧାର ଏକାଦଶୀ ଓ ଜାଗର ଯାତ୍ରା ଦିନ ଶ୍ରୀଲୋକନାଥଙ୍କ ଦର୍ଶନ ନିମନ୍ତେ ସ୍ୱତନ୍ତ୍ର ଦର୍ଶନୀ ଟିକେଟ ବିକ୍ରି କରିବାକୁ ପୀଠ ପରିଚାଳନା ଟ୍ରଷ୍ଟ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ପଙ୍କୋଦ୍ଧାର ଏକାଦଶୀ ଦିନ ୨ ହଜାର ଓ ଜାଗର ଯାତ୍ରା ଦିନ ୪ ହଜାର ସ୍ୱତନ୍ତ୍ର ଦର୍ଶନୀ ଟିକେଟ ବିକ୍ରି ହେବ ବୋଲି ସୂଚନା ରହିଛି । ଟିକେଟ୍‌ ପ୍ରତି ଦାମ୍‌ ୧୦୦ ଟଙ୍କା ରଖାଯାଇଛି । ସେହିପରି ସେବାୟତ ପରିବାର ଓ ଭିଆଇପିଙ୍କ ନିମନ୍ତେ ଅବାଧ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି ।

Leave A Reply

Your email address will not be published.