ବିରିପୁରା ପାହାଡ଼ରେ ଲାଗିଲା ନିଆଁ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍‌ ପର୍ଥଲା ପଞ୍ଚାୟତ ବାହାଦୁରପଦର ଗାଁସ୍ଥିତ ବିରିପୁରା ପାହାଡ଼ରେ ଗତକାଲି କୌଣସି କାରଣରୁ ଦିନ ପ୍ରାୟ ସାଢ଼େ ୧୦ଟାରେ ନିଆଁ ଲାଗିଯାଇଥିବା ଜଣାପଡିଛି । ଖବର ପାଇ ସ୍ଥାନୀୟ ଲୋକେ ନିଆଁକୁ କାବୁ କରିବା ପାଇଁ କେସିଙ୍ଗା ବନ ବିଭାଗ ଓ ଦମକଳ ବାହିନୀ ସହ ଯୋଗାଯୋଗ କରିଥିଲେ । ବାହିନୀ ଓ ବନ ବିଭାଗ କର୍ମଚାରୀ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀମାନଙ୍କ ସହଯୋଗରେ ନିଆଁକୁ ଆୟତ୍ତ କରିଥିବା ବେଳେ ନିଆଁ ଏତେ ଭୟାବହ ହୋଇଥିଲା ଯେ ଅନେକ ସମୟ ପରେ ନିଆଁ ଆୟତ୍ତ ହୋଇଥିଲା । ଏଥିରେ ଜଙ୍ଗଲର ଗଛ ସବୁ ନଷ୍ଟ ହୋଇଯାଇଥିବା ଜଣାପଡିଛି ।

Leave A Reply

Your email address will not be published.