oom

ଓଲଟିଲା ଅଟୋ : ୨ ଶିକ୍ଷୟିତ୍ରୀ ଗୁରୁତର

jsmm

ରାଉରକେଲା : ଲାଠିକଟା ସୁଇଡିହି ନିକଟରେ ଏକ ଅଟୋ ନିୟନ୍ତ୍ରଣ ହରାଇ ରାସ୍ତା ତଳକୁ ଓଲଟି ଦୁର୍ଘଟଣା ଗ୍ରସ୍ତ ହୋଇ ଦୁଇ ଶିକ୍ଷୟିତ୍ରୀ ଗୁରୁତର ହୋଇଥିବା ଜଣାପଡିଛି । ସେମାନେ ରାଉରକେଲା ଛେଣ୍ଡ କଲୋନୀର ସୁକାନ୍ତି ସାହୁ ଓ ରଶ୍ମିତା ପଣ୍ଡା ବୋଲି ଜଣାପଡିଛି । ଦୁହିଁଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଦୁହିଁଙ୍କ ମୁଣ୍ଡ, ଛାତି ଓ ହାତରେ ଗଭୀର ଆଘାତ ଲାଗିଥିବା କୁହାଯାଇଛି । ଡ୍ରାଇଭର ସମେତ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । ଲାଠିକଟା ପୁଲିସ ଦୁର୍ଘଟଣାଗ୍ରସ୍ତ ଅଟୋକୁ ଜବତ କରି ଘଟଣାର ତଦନ୍ତ ଚଳାଇଥିବା ସୂଚନା ରହିଛି ।

ସୂଚନା ଅନୁସାରେ ରାଉରକେଲା ଛେଣ୍ଡ କଲୋନିର ଚାରି ଶିକ୍ଷୟିତ୍ରୀ ସୁକାନ୍ତି ସାହୁ, ରଶ୍ମିତା ପଣ୍ଡା, ପ୍ରଭାତୀ ମହାନ୍ତ, ବିଦ୍ୟୁତ ପ୍ରଭା ସୁଆର ଏକ ଅଟୋରେ ଯିବା ସମୟରେ ଲାଠିକଟା ସୁଇଡିହି ନିକଟରେ ହଠାତ୍‌ ଅଟୋ ଆଗକୁ ଏକ ସାଇକଲ୍‌ ଚାଲି ଆସିଥିଲା ଫଳରେ ଭାରସାମ୍ୟ ହରାଇ ଅଟୋଟି ରାସ୍ତା ତଳକୁ ଓଲଟି ପଡିଥିଲା । ଘଟଣାସ୍ଥଳରେ ଡ୍ରାଇଭର ସମେତ ତିନି ଜଣ ଆହତ ହୋଇଥିଲେ । ସୁକାନ୍ତି ଓ ରଶ୍ମିତା ଗୁରୁତର ହୋଇଥିବା ବେଳେ ସ୍ଥାନୀୟ ଲୋକ ଦୁହିଁଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡିଛି ।

jittmm
Leave A Reply

Your email address will not be published.