oom

ରାଜ ବୋଡାସମ୍ବର ହାଇସ୍କୁଲର ପ୍ଲାଟିନମ୍‌ ଜୁବୁଲି ଉତ୍ସବରେ ଯୋଗ ଦେବା ପାଇଁ ମହାମହିମ ରାଜ୍ୟପାଳଙ୍କୁ ନିମନ୍ତ୍ରଣ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଠାରେ ୭୫ ବର୍ଷ ତଳେ ପ୍ରତିଷ୍ଠିତ ରାଜ ବୋଡାସମ୍ବର ହାଇସ୍କୁଲର ପ୍ଲାଟିନମ ଜୁବୁଲି ଉତ୍ସବକୁ ଉଦଘାଟନ କରିବା ପାଇଁ ଓଡିଶାର ମହାମହିମ ରାଜ୍ୟପାଳ ଗଣେଶି ଲାଲଙ୍କୁ ଆମନ୍ତ୍ରଣ କରିବା ପାଇଁ ପ୍ଲାଟିନମ ଜୁବୁଲି କମିଟିର ସଦସ୍ୟମାନେ ଆଜି ରାଜଭବନ ଠାରେ ରାଜ୍ୟପାଳଙ୍କୁ ସାକ୍ଷାତ କରି ଆମନ୍ତ୍ରଣ କରିଛନ୍ତି । ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ପ୍ଲାଟିନମ ଜୁବୁଲି କମିଟି ଉପସଭାପତି ମନୋରଞ୍ଜନ ସିଂହ ବରିହା, ସଂପାଦକ ଡା.ବିରଂଚି ସାହୁ, ଗୋବିନ୍ଦ ପାଣିଗ୍ରାହୀ, ଶ୍ୟାମ ସୁନ୍ଦର ସିହ୍ନା, ଅଶୋକ ବହିଦାର ଆଜି ଦିନ ୧୨ଘଣ୍ଟା ୩୦ମିନିଟ ସମୟରେ ରାଜ୍ୟପାଳଙ୍କୁ ସାକ୍ଷାତ କରିବା ସମୟରେ ପ୍ରଥମେ ଫୁଲତୋଡା ସହିତ ସମ୍ବଲପୁରୀ ଶାଲ ପ୍ରଦାନ କରି ସମ୍ବର୍ଦ୍ଧନା କରିଥିଲେ । ରାଜ୍ୟପାଳ ପଦ୍ମପୁର ଅଞ୍ଚଳ ବିଷୟରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିବା ସହ ରାଜ ବୋଡାସମ୍ବର ହାଇସ୍କୁଲ ପ୍ଲାଟିନମ୍‌ ଜୁବୁଲି ଉତ୍ସବରେ ଯୋଗଦେବା ପାଇଁ ସହମତି ପ୍ରକାଶ କରିଥିଲେ ।

jittmm
Leave A Reply

Your email address will not be published.