ହତ୍ୟାକାରୀକୁ ଗିରଫ ଦାବୀରେ ଟାଉନ ଥାନା ଘେରାଉ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସହର ନଦୀପଡ଼ାର କହ୍ନେଇ ସାହୁ ଓ ଅନ୍ୟ ଦୁଇ ଜଣଙ୍କ ସହ କୌଣସି କାରଣରୁ ବଚସା ଓ ହାତାହାତି ହେବା ପରେ କହ୍ନେଇଙ୍କୁ ଅନ୍ୟ ଦୁଇ ଜଣ ତଣ୍ଟି କିଟି ହତ୍ୟା କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରୁ ଲୋକେ ମୁମୁର୍ଷୁ ଅବସ୍ଥାରେ କହ୍ନେଇଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ସଂକ୍ରାନ୍ତରେ ବରଗଡ଼ ଟାଉନ ଥାନାରେ କେସ୍‌ ନଂ ୯୦/୨୨ରେ ୩୦୨ ଦଫାରେ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତମାନଙ୍କୁ ଗିରଫ ଦାବୀରେ ସ୍ଥାନୀୟ ଲୋକମାନେ ଟାଉନ୍ ଥାନା ଘେରାଉ କରିଛନ୍ତି ।

Leave A Reply

Your email address will not be published.