ଗଞ୍ଜାମ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତୃତୀୟ ପର୍ଯ୍ୟାୟ ମତଦାନ

  • ୨ଟି ଜିଲ୍ଲା ପରିଷଦ କ୍ଷେତ୍ର ଓ ୧୨ଟି ପଞ୍ଚାୟତରେ ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡସଭ୍ୟଙ୍କ ଭାଗ୍ୟ ଭୋଟ ବାକ୍ସରେ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଗଂଜାମ ବ୍ଲକରେ ୧୪ ଓ ୧୫ ନମ୍ବର ୨ଟି ଜିଲ୍ଲା ପରିଷଦ କ୍ଷେତ୍ରରେ ଜିଲ୍ଲା ପରିଷଦ ପଦବୀ ପାଇଁ ନିର୍ବାଚନ ହୋଇଥିବା ବେଳେ ସୁବଳୟା, ଖଣ୍ଡଦେଉଳି ଓ ସନ୍ତୋଷପୁର ପ୍ରମୁଖ ପଞ୍ଚାୟତରେ ସରପଞ୍ଚ ଓ ସମିତିସଭ୍ୟ ଅପ୍ରତିଦ୍ୱନ୍ଦୀ ରହିଥିବା ବେଳେ ୧୨ଟି ପଞ୍ଚାୟତରେ ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡ ସଭ୍ୟ ପଦବୀ ନିମନ୍ତେ ଭୋଟର ମତଦାନ ସାବ୍ୟସ୍ତ କରିଥିଲେ । ରାମଗଡ଼ ପଞ୍ଚାୟତର ପ୍ରୟାଗୀ ଗ୍ରାମରେ ଦୁଇଟି ଭୋଟଦାନ କେନ୍ଦ୍ରରେ ଆଲୋକୀକରଣ ସମସ୍ୟା ରହିଥିବା ଯୋଗୁଁ ଭୋଟଦାନ ପ୍ରକ୍ରିୟା ସମସ୍ୟା ସୃଷ୍ଟି ହୋଇଥିଲା ।ସେହିପରି ପାଳିବନ୍ଧ ପଞ୍ଚାୟତର ନିଳାଦ୍ରୀପୁର ଗ୍ରାମସ୍ଥିତ ଲବଣ ଉଚ୍ଚ ବିଦ୍ୟାଳୟରେ ଦୁଇଟି ଭୋଟଦାନ କେନ୍ଦ୍ର ରହିଥିଲା ବେଳେ ଭୋଟଦାନ ସମୟ ସକାଳ ୭ଠାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ରହିଥିବା ବେଳେ ଗ୍ରାମରେ ଅଧିକ ଭୋଟର ରହିଥିବା ଯୋଗୁଁ ଭୋଟ ଦେବା ସମୟ ସମାପ୍ତ ପରେ ମଧ୍ୟ ୫୦ ପ୍ରତିଶତରୁ ଅଧିକ ଭୋଟର ନିଜର ଭୋଟଦାନ ସ୍ଵୟସ୍ଥ କରିନଥିବା ଯୋଗୁଁ ପୁରୁଷ ଓ ମହିଳା ଭୋଟରଙ୍କ ଭୋଟଦାନ କେନ୍ଦ୍ରରେ ଲମ୍ବା ଲାଇନ ଲାଗିଥିବା ଲକ୍ଷ୍ୟ କରାଯାଇଥିଲା । ଝାରେଡି ରାଧାଗୋବିନ୍ଦପୁରର ବିଟି ନୂଆଁଗାଁ ନିର୍ବାଚନ ସମୟରେ ଝଗଡା ଓ ପୋଇରାଶି ପଞ୍ଚାୟତର ବରପଲ୍ଲୀ ଗ୍ରାମରେ ନିର୍ବାଚନ ସମୟରେ ସାମାନ୍ୟ ଝଗଡା ହୋଇଥିବା ସୂଚନା ମିଳିଥିବା ବେଳେ ସମସ୍ତ ଭୋଟଦାନ କେନ୍ଦ୍ର ମାନଙ୍କରେ ଶାନ୍ତି ଶୃଙ୍ଖଳାରେ ଭୋଟଦାନ ପ୍ରକ୍ରିୟା ଶେଷ ହୋଇଥିଲା । ଆସନ୍ତା ୨୬ ଓ ୨୭ ତାରିଖରେ ଭୋଟ ଗଣତି ଦିବସ ରହିଥିବା ସ୍ଥାନୀୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.