oom

ନୃଶଂସ ରୋଷେୟା ଦ୍ୱାରା ମୃତ୍ୟୁବରଣ କରିଥିବା ମନ୍ଦାର ଧରୁଆଙ୍କ ୨ ଅନାଥ ପୁଅଙ୍କୁ ଭେଟିଲା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ : ଶୁଦ୍ଧିକ୍ରିୟା ପରେ ‘ଆଦୃତ’ରେ ରହିବେ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିକଟରେ ନୃଶଂସ ରୋଷେୟା ଦ୍ୱାରା ମୃତ୍ୟୁବରଣ କରିଥିବା ବିଧବା ମହିଳା ମନ୍ଦାର ଧରୁଆଙ୍କ ୨ ଅନାଥ ପୁଅଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ପକ୍ଷରୁ ଆଜି ସାକ୍ଷାତ କରାଯାଇଛି । ଶୁଦ୍ଧିକ୍ରିୟା ଖର୍ଚ୍ଚ ରେଡ୍‌କ୍ରସ ପକ୍ଷରୁ ବହନ କରାଯିବ ଏବଂ ଶୁଦ୍ଧିକ୍ରିୟା ପରେ ଦୁଇ ନାବାଳକ ସନ୍ତାନଙ୍କୁ ‘ଆଦୃତ’ରେ ରଖାଯିବ ବୋଲି କୁହାଯାଇଛି । ନାରୀ ଶକ୍ତି ଫାଉଣ୍ଡେସନ୍‌ ତଥା ଅନ୍ୟ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ ପରେ ଆଜି ସିଡ଼ିପିଓ ଲକ୍ଷ୍ମୀ ସିଂ, ଅରୁଣ ଖୁଆସ୍‌, ନାରୀଶକ୍ତି ଫାଉଣ୍ଡେସନ୍‌ର ସରିତା ଦାଶ, ନୂତନ ସିନ୍ଧ୍ରିଆ, ଜଗଦମ୍ବା ନାଏକ, ନୂତନ ଦାସ ପ୍ରମୁଖ ଆଜି ଦୁଇ ବାପା ମା’ ଛେଉଣ୍ଡ ନାବାଳକଙ୍କୁ ଭେଟିଛନ୍ତି ।

jittmm
Leave A Reply

Your email address will not be published.