ବିଜେଡ଼ିର ନିର୍ବାଚନ ପ୍ରଚାରକୁ ତୀବ୍ର ବିରୋଧ କଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ

ଲୋଇସିଂହା, (କେପିଏନ୍‌ଏସ୍‌) : ଆସନ୍ତା ୧୮ ତାରିଖ ଦିନ ଲୋଇସିଂହା ବ୍ଲକ୍‌ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ହେବାକୁ ଥିବା ବେଳେ ପ୍ରାର୍ଥୀମାନଙ୍କ ପକ୍ଷରୁ ଘମାଘୋଟ ପ୍ରଚାର ଚାଲିଛି । ଏଥିପାଇଁ ଦଳୀୟ ତୁଙ୍ଗ ନେତାମାନେ ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ନିର୍ବାଚନ ମଇଦାନକୁ ଓହ୍ଲାଉଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ବିଜେଡ଼ି ପକ୍ଷରୁ ନିଜ ପ୍ରାର୍ଥୀଙ୍କ ପାଇଁ ଦଳର ତୁଙ୍ଗ ନେତା ନିହାର ରଂଜନ ବେହେରା, ହୃଦାନନ୍ଦ ବେହେରା, ନୀଳିମା ବେହେରା ପ୍ରମୁଖ ଏକ ବିରାଟ ପଟୁଆର ନେଇ ଲୋଇସିଂହାରେ ପ୍ରଚାର କରୁଥିବା ବେଳେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ବିଜେଡ଼ିର ନିର୍ବାଚନୀ ପ୍ରଚାରକୁ କଳା ପତାକା ଦେଖାଇ ତୀବ୍ର ବିରୋଧ କରାଯାଇଛି । ସଂଘ ପକ୍ଷରୁ ରଂଜିତ ରାୟ କହିଛନ୍ତି ଯେ, ଆଦିବାସୀମାନଙ୍କ ନିର୍ବାଚନରେ ସ୍ଥାନ ସଂରକ୍ଷଣ ଅଧିକାରକୁ ବିଜେଡ଼ି ଛଡ଼ାଇ ନେଇଥିବାରୁ ବିଜେଡ଼ିର ସମସ୍ତ କାର୍ଯ୍ୟକ୍ରମକୁ ଆଦିବାସୀ ସଂଘ ତୀବ୍ର ବିରୋଧ କରିବ । ଆଗକୁ ଏହା ଆହୁରି ଭୟଙ୍କର ହେବ ବୋଲି ସେ କହିଛନ୍ତି ।

jittmm
Leave A Reply

Your email address will not be published.