ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସରକାରୀ ଡାକ୍ତରଖାନା ନିକଟସ୍ଥ ପୌରପାଳିକା ମାର୍କେଟରେ
ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଏକ ମହିଳା ଟେଲର ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ବେଳେ ୨ଟି ସିଲେଇ ମେସିନ, ବହୁ ମୂଲ୍ୟବାନ ଶାଢ଼ୀ ଓ ଅନ୍ୟ ସାମଗ୍ରୀ ପୋଡି ଯାଇଥିବା ଜଣାପଡ଼ିଛି । ତେବେ ଅଗ୍ନିକାଣ୍ଡ କେଉଁ କାରଣରୁ ଘଟିଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡ଼ିନାହିିଁ ।