ଆଜି ପ୍ରେମ ସପ୍ତାହର ପ୍ରଥମ ଦିନ : ଗୋଲାପ ଫୁଲର ମହକରେ ମହକିବ ପ୍ରେମ

  • ସୁଶ୍ରୀ ସ୍ନେହଲତା

ଆଜି ପ୍ରେମ ସପ୍ତାହର ପ୍ରଥମ ଦିନ । ଗୋଲାପ ଫୁଲର ମହକରେ ମହକିବ ପ୍ରେମ ପୃଥିବୀ । ପ୍ରେମ ଆଜିର କଥା ନୁହେଁ । ପ୍ରେମ ଆଗରୁ ବି ଥିଲା, ଏବେ ବି ଅଛି, ଜଗତ ରହିଥିବା ଯାଏଁ ନିଶ୍ଚୟ ରହିବ । ଜୀବନ ଜିନ୍ଦାବାଦର ନାରା ନେଇ ସାରା ପୃଥିବୀରେ ଘୂରି ବୁଲୁଥିବା ପ୍ରେମ, ଚିରନ୍ତନ ଓ ଶାଶ୍ୱତ । ପ୍ରେମର ଆଧାରରେ ହିଁ ପୃଥିବୀ ମଧୁମୟ ।

ଆଜି ପ୍ରେମ ସପ୍ତାହର ପ୍ରଥମ ଦିନ ‘ରୋଜ୍‌ ଡେ’ । ପ୍ରେମିକ ପ୍ରେମିକାମାନେ ପରସ୍ପରକୁ ଗୋଲାପ ଫୁଲ ଦେଇ ସ୍ୱାଗତ କରନ୍ତି । ଗୋଲାପର ମହକରେ ବିମୋହିତ ହୁଅନ୍ତି । ଗୋଲାପର ବାସ୍ନା ଆହୁରି ରସାଣିତ କରେ ପ୍ରେମକୁ, ଆହୁରି ଗାଢ଼ କରେ ଆତ୍ମୀୟତାକୁ । ପ୍ରକୃତିରାଣୀଙ୍କ ଅପୂର୍ବ ଉପହାର ଗୋଲାପ ଆହୁରି ପ୍ରକୃତିସ୍ଥ କରେ ପ୍ରେମିକ ପ୍ରେମିକାମାନଙ୍କୁ । ସେମାନଙ୍କ ପାଇଁ ନୂଆ ରଙ୍ଗ, ନୂଆ ରସ ଓ ନୂଆ ଆବେଗ ନେଇ ଆସିଥିବା ରୋଜ୍‌ ଡେ଼’ । ଏହି ସ୍ପେସାଲ୍‌ ଡେ଼’ ପାଳନ ପାଇଁ ପ୍ରେମିକାମାନଙ୍କୁ କିଛି ଟିପ୍‌ସ୍‌ ।

  • ଯଦି କାହାକୁ ହୃଦୟ ଦେଇ ଭଲ ପାଉଛନ୍ତି, ତେବେ ଆଜି ଗୋଲାପ ଫୁଲ ଦିଅନ୍ତୁ । ମନ ଖୋଲି ପ୍ରକାଶ କରନ୍ତୁ ଓ ପ୍ରେମିକର ମନ କଥା ବୁଝି ନିଅନ୍ତୁ ।
  • ଯଦି ଆଗରୁ ପ୍ରେମରେ ପଡ଼ିଛନ୍ତି, ତେବେ ପ୍ରେମିକଙ୍କୁ ନିଶ୍ଚୟ ଗୋଲାପ ଫୁଲ ଟିଏ ଉପହାର ଦିଅନ୍ତୁ ।
  • ରୋଜ୍‌ ଡେ’କୁ ନିଶ୍ଚୟ ସ୍ମରଣୀୟ କରନ୍ତୁ ।
  • ଜୀବନ ଯେମିତି ଗୋଲାପର ମହକ ଭଳି ବାସ୍ନାମୟ ହେବ, ସେଥିପାଇଁ ପ୍ଲାନିଂ କରନ୍ତୁ ।
  • ଜୀବନ ପାଇଁ ସାଥୀ ଟିଏ ଲୋଡ଼ା ହୋଇଥାଏ । କିନ୍ତୁ ଜୀବନସାଥୀ ସାରା ଜୀବନ କାଳ ପ୍ରେମିକ ପ୍ରେମିକ ମନେ ହେଉଥିଲେ ଜୀବନ ମଧୁର ହୁଏ ।
Leave A Reply

Your email address will not be published.