oom

ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ବିଜେପିର ନିର୍ବାଚନ ଜମୁଛି ପ୍ରଚାର

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ବିଜେପିର ନିର୍ବାଚନ ପ୍ରଚାର ଜମିବାରେ ଲାଗିଛି । ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତଙ୍କ ନେତୃତ୍ବରେ ପାଇକମାଲ, ଝାରବନ୍ଧ, ରାଜବୋଡାସମ୍ବର ୩ଟି ବ୍ଲକର ଆଠଟି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ସମର୍ଥନରେ ଓ ବିଜେପି ସମର୍ଥିତରେ ସମିତି ସଭ୍ୟ, ସରପଞ୍ଚ ପ୍ରାର୍ଥୀ ମାନଙ୍କ ସମର୍ଥନରେ ବିଜେପି କାର୍ୟ୍ୟକର୍ତ୍ତା ମାନେ ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କରିବା ସଙ୍ଗେ ସଙ୍ଗେ ବିଭିନ୍ନ ସ୍ଥାନରେ କାର୍ୟ୍ୟକର୍ତ୍ତା ବୈଠକ ଜରିଆରେ ସଚେତନତା ତିଆରି କରାଯିବା ସହ ବିଜେପି ସମର୍ଥନରେ ଭୋଟ ଦେବା ପାଇଁ ଜନ ସାଧାରଣଙ୍କୁ ଆହ୍ବାନ ଦିଆ ଯାଇଛି । ଆଜି ପାଇକମାଲ ବ୍ଲକ କୋକନରା ଗ୍ରାମରେ ଜିଲ୍ଲା ପରିଷଦ ପ୍ରାର୍ଥୀ ସୁରେନ୍ଦ୍ର ପ୍ରତାପ ସିଂ ବରିହା, ସମିତି ସଭ୍ୟ ପ୍ରାର୍ଥିନୀ ଶ୍ରୀମତୀ ନିରୁପମା ନାଗ, ସରପଞ୍ଚ ପ୍ରାର୍ଥିନୀ ଶ୍ରୀମତୀ ତୁଳାବତୀ ତାଣ୍ଡିଙ୍କ ପାଇଁ ଘରକୁ ଘର ବୁଲି ବିଜେପିର କାର୍ୟ୍ୟକର୍ତ୍ତା ମାନେ ପ୍ରଚାର କରିଥିଲେ । ବହୁ ସଂଖ୍ୟାରେ ମହିଲା କାର୍ୟ୍ୟକର୍ତ୍ତା ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.