csstore

ମହୁଲପାଲିରେ ବାଲ୍ୟ ବିବାହ ରୋକିଲା ବଲାଙ୍ଗିର ଚାଇଲ୍ଡ ଲାଇନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ମହୁଲପାଲି ଗ୍ରାମରେ ବାଲ୍ୟ ବିବାହକୁ ରୋକିଛି ବଲାଙ୍ଗିର ୟୁଥ୍‌ ସର୍ଭିସ ସେଣ୍ଟର ଚାଇଲ୍ଡ ଲାଇନ । ସୂଚନା ଯୋଗ୍ୟ ଯେ, ମୁରିବାହାଲ ଗ୍ରାମରେ ଜଣେ ନାବାଳିକା ଝିଅକୁ ତାର ପିତା ମାତା ନିକଟସ୍ଥ ଦେସିଲ ଗ୍ରାମକୁ ବିବାହ କରାଇବାକୁ ଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ସିଡ଼ିପିଓ ସରଶୀ ପଣ୍ଡା, ସୁପରଭାଇଜର ନିଳାଦ୍ରୀ ଖମାରୀ, ଅଙ୍ଗନୱାଡ଼ି କର୍ମୀ କୁନ୍ତି ପାଣିଗ୍ରାହୀ, ବଲାଙ୍ଗିର ଚାଇଲ୍ଡ ଲାଇନର ଶ୍ରୀମନ୍ତ ଥନାପତି, ଟିମ୍‌ ଲିଡ଼ର୍‌ ତ୍ରିଲୋଚନ ନାଗ ପ୍ରମୁଖ ଘଟଣାସ୍ଥଳରେ ପହଂଚି ବେଆଇନ ବାହାଘରକୁ ରୋକିବା ସହ ସରକାରଙ୍କ ଦ୍ୱାରା ଘୋଷିତ ବିବାହ ବୟସ ପୂର୍ବରୁ ନାବାଳିକା ଝିଅକୁ ବାହା ନ କରିବା ପାଇଁ ଉପସ୍ଥିତ ଗ୍ରାମବାସୀଙ୍କ ସମ୍ମୁଖରେ ଝିଅର ପିତାମାତଙ୍କୁ ରାଜି କରାଇଥିଲେ ବୋଲି ଟିମ୍‌ ଲିଡ଼ର ତ୍ରିଲୋଚନ ନାଗଙ୍କ ଠାରୁ ସୂଚନା ମିଳିଛି ।

jayashree
Leave A Reply

Your email address will not be published.