ଜିଲ୍ଲାରେ ବିକାଶମୂଳକ ଆଲୋଚନାରେ ବରିଷ୍ଠ ନାଗରିକଙ୍କୁ ଉପଯୁକ୍ତ ସମ୍ମାନ ଓ ଗୁରୁତ୍ୱ ପ୍ରଦାନ ଦାବୀରେ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ବିକାଶମୂଳକ ଆଲୋଚନାରେ ବରିଷ୍ଠ ନାଗରିକଙ୍କୁ ଉପଯୁକ୍ତ ସମ୍ମାନ ଓ ଗୁରୁତ୍ୱ ପ୍ରଦାନ କରିବାକୁ ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ପ୍ରଭାତ କୁମାର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ସାକ୍ଷାତ କରି ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ବରିଷ୍ଠ ନାଗରିକଙ୍କୁ ଉପେକ୍ଷା କରି ଜିଲ୍ଲାର ବିକାଶ ପରିକଳ୍ପନା କରାଯାଇ ପାରିବ ନାହିଁ । ତେଣୁ ବରିଷ୍ଠ ନାଗରିକ ମାନଙ୍କୁ ଉପେକ୍ଷା ନକରି ସେମାନଙ୍କ ପରାମର୍ଶ ଓ ମାର୍ଗଦର୍ଶନ ଜିଲ୍ଲାର ବିକାଶରେ ସହାୟକ ହେବ ବୋଲି ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ କୁହାଯାଇଛି । ବରିଷ୍ଠ ଆଇନଜୀବୀ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଓ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ନେଇ ବୌଦ୍ଧର ବରିଷ୍ଠ ନାଗରିକ ମଞ୍ଚ ଗଠନ କରାଯାଇଛି । ବରିଷ୍ଠ ନାଗରିକଙ୍କ ଅଭିଜ୍ଞତାକୁ ବିକାଶ କ୍ଷେତ୍ରରେ ଲଗାଯାଇପାରିଲେ ସମାଜର ଉନ୍ନତି ହୋଇପାରିବ ବୋଲି କୁହାଯାଇଛି ।

Leave A Reply

Your email address will not be published.