ସଇଁତଲା ବ୍ଲକରେ ଜିଲ୍ଲା ପରିଷଦ ପ୍ରଚାର ସରଗରମ : ୩୦ ନଂ. ଜୋନରେ ଅସନ୍ତୋଷଙ୍କ ଗୋଷ୍ଠୀଙ୍କୁ ମନେଇବା ପାଇଁ ଚାଲିଛି ଆପ୍ରାଣ ଉଦ୍ୟମ, ନିର୍ଣ୍ଣାୟକ ହେବ ଯାଦବ ଭୋଟର

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନ ମଣ୍ତଳୀ ଅନ୍ତର୍ଗତ ସଇଁତଲା ବ୍ଲକର ୩ ଗୋଟି ଜୋନର ତିନି ପ୍ରମୁଖ ଦଳର ପ୍ରାର୍ଥୀ ପ୍ରଚାର ମଇଦାନକୁ ଓଲ୍ଲାଇଥିବା ବେଳେ ଟିଟିଲାଗଡ଼ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଗଡ଼ ରକ୍ଷା କରିବା ପାଇଁ ୩୦ ନଂ. ଜୋନର ଟିକ୍ରାପଡା, ଜୁରାବନ୍ଦ ଓ ଝିଙ୍କିଡୁଙ୍ଗୁରି ପଞ୍ଚାୟତର ୧୫ ଗୋଟି ବିଭିନ୍ନ ଗାଁକୁ ଗାଁ ଯାଇ ନିର୍ବାଚନ ପ୍ରଚାର କରୁଥିବା ଜଣାଯାଇଛି । ଏହି ଜିଲ୍ଲା ପରିଷଦ ଆସନରେ ବିଜେଡିରୁ ହିମାଞ୍ଚଳ ବୁଡ଼େକ, କଂଗ୍ରେସରୁ ନିତ୍ୟାନନ୍ଦ ଯୋଶୀ, ବିଜେପିରୁ ସୁପେତ ବାଗ ପ୍ରାର୍ଥୀ ହୋଇ ନିର୍ବାଚନ ମଇଦାନକୁ ଓଲ୍ଲାଇଛନ୍ତି । ତେବେ ଏହି ଆସନ ବିଜେଡିର ଗଡ଼ ରୂପେ ପରିଚିତ । ହେଲେ ଗତ ପଞ୍ଚାୟତ ନିର୍ବାଚନରେ ଏହି ଆସନରେ ବିଜେଡିକୁ ହରାଇ ବିଜେପି ବିପୁଳ ସଂଖ୍ୟା ଭୋଟରେ ବିଜୟୀ ହୋଇଥିଲା । ପୁଣି ଚଳିତ ନିର୍ବାଚନରେ ବିଜେପି ପୁଣି ଗଡ଼ରକ୍ଷା କରିବା ପାଇଁ ଜଣେ ଉଚ୍ଚ ଶିକ୍ଷିତ ଯୁବକକୁ ବିଜେପି ପ୍ରାର୍ଥୀ ଚୟନ କରି ଗଡ଼ ରକ୍ଷା କରିବାକୁ ଆଶାବାନ୍ଧିଛି । ଅନ୍ୟପଟେ ଏହି ଆସନରୁ ବିଜେଡିର ଅନେକ ସକ୍ରିୟ କର୍ମୀ ଟିକେଟ ପାଇଁ ଆବେଦନ କରିଥିଲେ । ହେଲେ ବିଜେଡିର ପ୍ରାର୍ଥୀ ଚୟନକୁ ନେଇ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ବେଳେ ଉଭୟଙ୍କୁ ମନେଇବା ପାଇଁ ବିଜେଡ଼ି ଆପ୍ରାଣ ଉଦ୍ୟମ କରୁଥିବା ଚଲାଇଛି । ଏହି ୩୦ ନମ୍ବର ଜୋନ ଅଣସଂରକ୍ଷିତ ରହିଥିବା ବେଳେ ଏଥିରେ ଜୁରାବନ୍ଧ, ଟିକ୍ରାପଡା, ଝିଙ୍କିଡୁଙ୍ଗୁରି, କରମତଲା, କୁଇକେଡା, ଗଣ୍ତପତ୍ରାପାଲି ଓ ଧରପଗଡ ପଞ୍ଚାୟତକୁ ନେଇ ଜୋନ ଗଠିତ । ଏହି ଜୋନରେ ସମୁଦାୟ ୩୮ ହଜାର ୭୯୫ ଭୋଟର ରହିଛନ୍ତି । ଏହି ଜୋନରୁ ବିଜେଡ଼ିରୁ ଦୁଇ ଜଣ ଯାଦବ ସମ୍ପ୍ରଦାୟରୁ ଓ ଅନ୍ୟ ସମ୍ପ୍ରଦାୟରୁ ୨ ଜଣ ଆଶାୟୀ ଥିବା ବେଳେ ପ୍ରାର୍ଥୀଙ୍କୁ ଅଣଦେଖା କରି ଟିକଟ ବଣ୍ଟନ କରାଯାଇଥିବା ଆଲୋଚନା ହେଉଛି । ଏହି କରମତଲା, ଗଣ୍ତପତ୍ରାପାଲି, ଝିଙ୍କିଡୁଙ୍ଗୁରି, ଟିକ୍ରାପଡା, ଧରପଗଡ ପଞ୍ଚାୟତରେ ପଚାଶ ପ୍ରତିଶତରୁ ଅଧିକ ଭୋଟର ଯାଦବ ସମ୍ପ୍ରଦାୟର । ଏପରି ସ୍ଥଳେ ବିଜେପି ପ୍ରାର୍ଥୀ ଯାଦବ ସମ୍ପ୍ରଦାୟରୁ ଆସୁଥିବା ଯୋଗୁଁ ବିଜେପି ପ୍ରାର୍ଥୀଙ୍କ ଆଡକୁ ଯାଦବ ସମାଜର ଭୋଟର ଢଳିବା ସ୍ୱାଭାବିକ ବୋଲି ଆକଳନ କରାଯାଉଛି । ବିଜେପି ପ୍ରାର୍ଥୀ ଜଣକ ଯାଦବ ସମ୍ପ୍ରଦାୟର ଏହା ତାଙ୍କ ପାଇଁ ସହାୟକ ହେବ ବୋଲି ରାଜନୈତିକ ମହଲରେ ମତ ଦେଇଛନ୍ତି ।

Leave A Reply

Your email address will not be published.