ଟୁହିଲାମାଲକୁ ହରାଇ ବାଞ୍ଜିପାଲି ଚାମ୍ପିୟାନ

ଆଗଲପୁର, (ପୁସ୍ତମ୍ ଯୁଆଡି) : ସ୍ଥାନୀୟ ବିନ୍ଧାପାଲି ହାଇସ୍କୁଲ ପଡ଼ିଆରେ ତିନିଦିନ ବ୍ୟାପୀ ଚାଲିଥିବା ମାଁ ଗ୍ରାମପତି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ । ପ୍ରଥମ ସେମି ଫାଇନାଲରେ ବାଞ୍ଜିପାଲି ଦଳ ପି.ଗଣ୍ଡପାଲି ଦଳକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିବା ବେଳେ ଦ୍ଵିତୀୟ ସେମିଫାଇନାଲରେ ଟୁହିଲାମାଲ ଦଳ ବିନ୍ଧାପାଲିକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ । ଫାଇନାଲ ମୁକାବିଲାରେ ବାଞ୍ଜିପାଲି ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭରରେ ୮ ଉଇକେଟ ହରାଇ ୯୭ରନ୍ ସଂଗ୍ରହ କରିଥିଲେ, ଜବାବରେ ଟୁହିଲାମାଲ ଦଳ ନିର୍ଦ୍ଧାରିତ ଓଭରରେ ୫ଉଇକେଟ ହରାଇ ୭୧ରନ୍ କରିବାକୁ ସକ୍ଷମ ହୋଇଥିଲେ । ମ୍ୟାନ ଅଫ ଦ ମ୍ୟାଚ୍ ପ୍ରଶାନ୍ତ ପାଇଥିବା ବେଳେ ମ୍ୟାନ ଅଫ ଦ ସିରିଜ ପାଇଥିଲେ ଟୁହିଲାମାଲର ଖେଳାଳି ଉମେଶ । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ପୂର୍ବତନ ସରପଞ୍ଚ ଗଣେଶ କୁମାର ସାହୁ ଯୋଗଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ହିମାଂଶୁ ସାହୁ ଓ ବାଳଗୋପଳ ସାହୁ । ବିଜେତା ଦଳକୁ ଅଖିଳ ସେଠ ଓ ପରାଜିତ ଦଳକୁ ହିମାଂଶୁ ସାହୁ ପୁରସ୍କାର ରାଶି ଓ ଟ୍ରଫି ପ୍ରଦାନ କରିଥିଲେ । ଅମ୍ପାୟାର ଦାୟିତ୍ୱରେ ଥିଲେ ଅଖିଳ ସେଠ ଓ ବନମାଳୀ ପୁଟେଲ । ମ୍ୟାଚ୍ ଗୁଡିକର ଧାରା ବିବରଣୀ ପ୍ରଦାନ କରିଥିଲେ ଲୋଚନ ସାହୁ ଓ ଅଖିଳ ସେଠ । ସ୍କୋରିଂ ଦାୟିତ୍ୱରେ ଥିଲେ ଅଶୋକ ସାହୁ, ଦିଲ୍ଲୀପ ସାହୁ, ହେମନ୍ତ ସେଠ ଓ ଟିଲୁ ସେଠ । ସନ୍ତୋଷ, ସୁଭାଷ, ଅରୁଣ, ଅରକ୍ଷିତ, ଅନଙ୍ଗ, ଅନ୍ତିମ, ଉମାକାନ୍ତ,ସୁନୀଲ, ଯଦୁନାଥ, ପ୍ରମୋଦ, ପିଙ୍କୁ ଓ ଅନ୍ୟମାନେ ଟୁର୍ଣ୍ଣାମେଣ୍ଟରେ ସହଯୋଗ କରିଥିଲେ ।

Leave A Reply

Your email address will not be published.