ଫେବୃଆରୀ ୧ରୁ ଭକ୍ତମାନଙ୍କ ପାଇଁ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଖୋଲିବ

ପୁରୀ : ରାଜ୍ୟରେ କରୋନା ଭାଇରସ୍ ସଂକ୍ରମଣ ସ୍ଥିତିର ସାମାନ୍ୟତମ ଉନ୍ନତିକୁ ଦୃଷ୍ଟିରେ ରଖି ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଫେବୃଆରୀ ୧ରୁ ଭକ୍ତଙ୍କ ପାଇଁ ପୁଣି ଖୋଲାଯିବ ବୋଲି ଓଡ଼ିଶା ସରକାର ଘୋଷଣା କରିଛନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଏକ ବୈଠକ ପରେ ପୁରୀ ଜିଲ୍ଲା କଲେକ୍ଟର ସମର୍ଥ ବର୍ମା କହିଛନ୍ତି ଯେ, ମନ୍ଦିର ରବିବାର ସେନିଟାଇଜେସନ୍‌ ତଥା ଅନ୍ୟାନ୍ୟ ସଫେଇ ପାଇଁ ବନ୍ଦ ରହିବ ।

Leave A Reply

Your email address will not be published.