ଜିଲ୍ଲାପାଳଙ୍କ ପ୍ରତିଶୃତି ପରେ ଚାଷୀକୁଳ ଆସ୍ୱସ୍ତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ପଞ୍ଚାୟତର ଚାଷୀ ଜିଲ୍ଲାପାଳଙ୍କ ପ୍ରତିଶୃତି ପରେ ଆସ୍ୱସ୍ତି ଅନୁଭବ କରିଛନ୍ତି । ଚାଷୀକୁଳ ଅଭାବୀ ଧାନବିକ୍ରି ପାଇଁ ମିଲରମାନଙ୍କ ଏକ ଚାଟିଆ ଶୋଷଣର ଅତିଷ୍ଠ ହୋଇ ରାଜରାସ୍ତାକୁ ଓଲ୍ଲାଇବାକୁ ନିଷ୍ପତି ଗ୍ରହଣ କରିଥିଲେ । ଆନ୍ଦୋଳନ ପୂର୍ବରୁ ଶହ ଶହ ଚାଷୀ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ପହଞ୍ଚି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।ପ୍ରତିଶୃତି ପରେ ଆନ୍ଦୋଳନରୁ ଓହରିବାକୁ ନିଷ୍ପତି ଗ୍ରହଣ କରିଥିଲେ ।ଏନେଇ ଜିଲ୍ଲାପାଳ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଚାଷୀଙ୍କ ସାମୁହିକ ସମସ୍ୟା ସମାଧାନ ନେଇ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ପ୍ରକାରେ ଜିଲ୍ଲା ଯୋଗାଣ ଅଧିକାରୀ ଚାଷୀମାନଙ୍କ ସହ ଅଲୋଚନା କରିବା ପରେ ବଡ଼ ମିଲରମାନେ ଧାନ କିଣାର ବ୍ୟବସ୍ଥା କରିବା, ଟୋକେନ୍ ସମୟ ଅବଧି ସରିଯାଇଥିବା ଚାଷୀଙ୍କ ଧାନ ପୁଣିଥରେ କିଣିବାର ବ୍ୟବସ୍ଥା କରିବା ନେଇ ସମାଧାନ ହୋଇଥିଲା ।

jittmm
Leave A Reply

Your email address will not be published.