ପାଟଣାଗଡ଼ : ଦ୍ଵିତୀୟ ଦିନରେ ଜିଲ୍ଲା ପରିଷଦ ନାମାଙ୍କନ ପାଇଁ ବିଭିନ୍ନ ଦଳର ପ୍ରାର୍ଥୀ ନେଲେ ୧୭ ଗୋଟି ଫର୍ମ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡରେ ହେବାକୁ ଯାଉଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମଙ୍ଗଳବାର ଦ୍ଵିତୀୟ ଦିନରେ ଜିଲ୍ଲା ପରିଷଦ ପାଇଁ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଫିଜ୍ ଦାଖଲ କରି ୧୭ ଗୋଟି ଫର୍ମ ନେଇଥିବା ବେଳେ ଖପ୍ରାଖୋଲ ଜୋନ୍ ୪ ଓ ୩, ପାଇଁ ୫ଟି ଫର୍ମ, ପାଟଣାଗଡ଼ ଜୋନ୍ ନଂ ୧୪, ୧୫, ୧୬ ପାଇଁ ୫ଟି ଫର୍ମ, ଜୋନ୍ ନଂ ୨୪, ୨୫, ୨୬ ପାଇଁ ୭ ଫର୍ମ ଇସୁ ହେଉଛି ବୋଲି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଜଣାପଡିଛି । ସେହିପରି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଦ୍ଵିତୀୟ ଦିନରେ ୨୯ ଜଣ ଓ୍ବାର୍ଡ ମେମ୍ବର ପ୍ରାର୍ଥୀପତ୍ର ଦାଖଲ ପାଟଣାଗଡ଼ ବ୍ଲକର ୩୦ ଗୋଟି ପଞ୍ଚାୟତରେ ହେବାକୁ ଯାଉଥିବା ସରପଞ୍ଚ ୪ ଫର୍ମ ନେଇଥିବା ବେଳେ ୨ ସମିତି ସଭ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଓ ଓ୍ବାର୍ଡ ମେମ୍ବର ପ୍ରଭୃତି ପଦ ମାନଙ୍କରେ ଛଡା ହେବାକୁ ଯାଉଥିବା ଆଶାୟୀ ପ୍ରାର୍ଥୀ ମାନେ ନିଜ ନିଜ ପଞ୍ଚାୟତରୁ ୩୮ ଗୋଟି ଫର୍ମ ନେଇଥିବା ବ୍ଳକ ନିର୍ବାଚନ ଅଧିକାରୀ ନୀଳମାଧବ ସୁନାଙ୍କଠାରୁ ଜଣାପଡିଛି । ସେହିପରି ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଞ୍ଚାୟତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଦ୍ଵିତୀୟ ଦିନରେ ୬ ଜଣ ସରପଞ୍ଚ ପ୍ରାର୍ଥୀ ତିନି ଜଣ ୱାର୍ଡ ମେମ୍ବର ପ୍ରାର୍ଥୀ ଫର୍ମ ନେଲେ । ଜଣେ ସରପଞ୍ଚ ପ୍ରାର୍ଥୀ ଫର୍ମ ଦାଖଲ କଲେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରତିଦ୍ୱନ୍ଦିତା ଚଙ୍ଘରିଆ ପଞ୍ଚାୟତରେ ୬ ଜଣ ସରପଞ୍ଚ ପ୍ରାର୍ଥୀ ଫର୍ମ ନେଇଥିବା ବେଳେ ଜଣେ ସରପଞ୍ଚ ପ୍ରାର୍ଥୀ ଫର୍ମ ଦାଖଲ କରିଥିବା ଜଣାପଡିଛି । ଚଙ୍ଘରିଆ ପଞ୍ଚାୟତ ପ୍ରତିଦ୍ବନ୍ଦିତା ସରପଞ୍ଚ ପ୍ରାର୍ଥୀ ଶୁସିଲ ଗୁରୁ ଫର୍ମ ଦାଖଲ କରିଥିବା ବେଳେ ଗୁଣନିଧି ରଥ, କୁରେଶ୍ଵର ବରିହା, ଚୈତନ୍ୟ ଦୀପ, ସୁବାସ ବରିହା ଫର୍ମ ନେଇଥିବା ବେଳେ ୱାର୍ଡସଭ୍ୟ ନଂ ୫ ପାଇଁ ତରଣୀ ପୁଟେଲ, ନଂ୬ ସୂର୍ଯ୍ୟ ବରିହା, ନଂ ୭ ବିପିନ ବରିହା, ଫର୍ମ ଦାଖଲ କରିଥିବା ପଞ୍ଚାୟତ ଦାୟିତ୍ଵରେ ଥିବା ଇଲେକ୍ସନ ଅଧିକାରୀ ବଲଭଦ୍ର ନାୟକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.