csstore

ରସୋଳ ଲୁଟ୍‌ ଘଟଣାରେ ପାଞ୍ଚ ଜଣ ଡକାୟତଙ୍କ ସମେତ ୯ ଗିରଫ

ଢେଙ୍କାନାଳ, (ତାପସ ଦାସ) : ଆଜି ଢେଙ୍କାନାଳ ରସୋଳ ଥାନା ପାଖ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ କିଛି ଦିନ ତଳେ ଚୋରି ହୋଇଥିବା ଘଟଣା ଉପରୁ ପରଦା ଚାରିଦିନ ପରେ ଉଠାଇଛନ୍ତି ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ରସୋଳ ଥାନାରେ ଖୋଦ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଲୋଗାନାନୀ ଦିଭ୍ୟାଭି ସକାଳ ସମୟ ପ୍ରାୟ ସାଢେ ଦଶଟା ସମୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ଘଟଣା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ସାମ୍ବାଦିକମାନଙ୍କୁ ଅବଗତ କରାଇଥିଲେ, ୫ ଡକାୟତଙ୍କ ସମେତ ୯ ଗିରଫ ହୋଇଥିବା ବେଳେ ୨ ଜଣ ଫେରାର ଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି, ବ୍ୟାଙ୍କରୁ ୭ କିଲୋ ସୁନା, ୧୨.୭୭ ଲକ୍ଷ ଟଙ୍କା ଲୁଟ ହୋଇଥିଲା, ୫ କିଲୋ ୩୫୮ ଗ୍ରାମ ସୁନା, ୧୧ଲକ୍ଷ ୫୫ ହଜାର ଜବତ ହୋଇଛି, ଏଥିସହ ଗୋଟିଏ କାର ସ୍କୁଟି ଏବଂ ୨ଟି ବାଇକ ସହ ମରଣାସ୍ତ୍ର ଜବତ ହୋଇଛି, ବାକି ଥିବା ସୁନା ଓ ଟଙ୍କା କେଉଁଠି ସେ ନେଇ ପୋଲିସର ଛାନ ଭିନ୍‌ ଚାଲିଥିବା ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

jayashree
Leave A Reply

Your email address will not be published.