pakka

ଛତିଶଗଡରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ : ୫ ମାଓବାଦୀ ମୃତ

bbehera

ଛତିଶଗଡ : ଛତିଶଗଡରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଖବର ମିଳିଛି । ତେବେ ଏହି ଏନ୍‌କାଉଣ୍ଟରରେ ୨ଟି ଭିନ୍ନ ଭିନ୍ନ ସ୍ଥାନ ୫ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବିଜାପୁର ଜିଲ୍ଲା ଇଲମିଡି ଜଙ୍ଗଲରେ ୪ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହା ସହ ତେଲେଙ୍ଗାନା ଗ୍ରେହାଉଣ୍ଡ ସହ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ଘଟଣାସ୍ଥଳରୁ ଏଲ୍‌ଏନ୍‌ଜି ଓ ଏସ୍‌ଏଲ୍‌ଆର ସହ ବହୁ ମାରଣାସ୍ତ୍ର ଜବତ ହୋଇଛି । ଏହି ଏନ୍‌କାଉଣ୍ଟ୍‌ରରେ ମାଓନେତା ସୁଧାକରଙ୍କ ମୃତ୍ୟୁ ହୋଇଥିବା ବେଳେ ସୁକମା ଜିଲ୍ଲା ମରଜୁମଠାରେ ମଧ୍ୟ ଗୁଳି ବିନିମୟ ହୋଇଥିଲା । ଉଭୟ ସ୍ଥାନରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ।

jay balangir
Leave A Reply

Your email address will not be published.

four × five =