p purohi

ଅକାଳରେ ଚାଲିଗଲେ କନିଷ୍ଠ କିରାଣୀ, ଶୋକରେ ଉବୁଟୁବୁ ଅଞ୍ଚଳବାସୀ 

dr. purohit

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ସ୍ଥିତ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କନିଷ୍ଠ କିରାଣୀ ଚନ୍ଦ୍ରଧ୍ୱଜ ବାରିକ(୪୮)ଙ୍କର ଅକାଳ ବିୟୋଗ ଘଟିଛି । ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ବିଶାଖାପାଟଣା ସ୍ଥିତ ଓମିଭାବା କ୍ୟାନ୍ସର ହସ୍ପିଟାଲରେ ଚିକିତ୍ସାଧୀନ ସମୟରେ ରବିବାର ରାତି ୨ଟାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସ୍ଥାନୀୟ ବଡ଼ଗୁର୍ଜିଭଟା ଗ୍ରାମର ଯୋଗେନ୍ଦ୍ର ବାରିକ ଏବଂ ଟିକେମଣି ବାରିକଙ୍କର ଚନ୍ଦ୍ରଧ୍ଵଜ ଜ୍ୟେଷ୍ଠ ପୁତ୍ର ଥିଲେ । ଖପ୍ରାଖୋଲରେ ମହାବିଦ୍ୟାଳୟ ଆରମ୍ଭ ହେବା ବେଳେ ତାଙ୍କ ପରିବାର କଲେଜକୁ ଜମି ଦାନ କରିବା ସହିତ କନିଷ୍ଠ କିରାଣୀ ଭାବେ ଚନ୍ଦ୍ରଧ୍ଵଜ ଚାକିରୀ ଆରମ୍ଭ କରିଥିଲେ । ଦୀର୍ଘବର୍ଷ ଧରି ବ୍ଲକ ଗ୍ରାଣ୍ଟ କର୍ମଚାରୀ ଭାବେ ସ୍ୱଳ୍ପ ବେତନ ପାଇ ଆସିଥିବା ବେଳେ ନିକଟରେ ସପ୍ତମ ବେତନ ଘୋଷଣା କରାଯାଇଛି । ମାତ୍ର ବର୍ଦ୍ଧିତ ଦରମା ପାଇବା ପୂର୍ବରୁ ସେ ଆରପାରିକୁ ଚାଲିଗଲେ । ଅନ୍ୟପକ୍ଷରେ ସରକାର ଚାକିରୀ ସର୍ତ୍ତାବଳୀ ଏବଂ ପେନ୍‌ସନ୍‌ ଘୋଷଣା କରିନଥିବାରୁ ଏବେ ତାଙ୍କ ପରିବାର ଦୁଃଖର ସାଗର ମଧ୍ୟକୁ ଠେଲି ହୋଇଯାଇଛି । ତାଙ୍କର ଅକାଳ ମୃତ୍ୟୁ ପରିବାର ଏବଂ ସାଇପଡିଶାଙ୍କୁ ଦାରୁଣ ଦୁଃଖ ଦେଇଛି । ଆଜି ବିଶାଖାପାଟଣାରୁ ତାଙ୍କ ମର ଶରୀର ଗ୍ରାମରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ତାଙ୍କ ଶବ ନିକଟରେ ବିଧବା ପତ୍ନୀ, ସୁବର୍ଣ୍ଣ ବାରିକ, ଜ୍ୟେଷ୍ଠ ପୁତ୍ର ନିରଜ(୨୩), କନିଷ୍ଠ ପୁତ୍ର ନୀତିଶ(୨୦)ଙ୍କ ସହିତ ବୃଦ୍ଧ ପିତା ମାତା ଏବଂ ପରିବାର ବର୍ଗ ଉପସ୍ଥିତ ଥିଲେ । ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଜନାର୍ଦ୍ଦନ ସୁନା, ହରେଶ ବେହେରା, ନନ୍ଦକିଶୋର ବାଗ, ଗୁଣମଣୀ ସାହୁ ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଥିବା ବେଳେ ଗ୍ରାମ ଶ୍ମଶାନରେ ସହସ୍ର ଗ୍ରାମବାସୀଙ୍କ ଉପସ୍ଥିତିରେ ଅନ୍ତିମ ସତ୍କାର କରାଯାଇଥିଲା, ଜ୍ୟେଷ୍ଠ ପୁତ୍ର ନିରଜ ମୁଖାଗ୍ନି ଦେଇଥିଲେ । ଚନ୍ଦ୍ରଧ୍ଵଜଙ୍କ ପରିବାର ସଦସ୍ୟଙ୍କୁ ସରକାରୀ ଚାକିରୀରେ ନିଯୁକ୍ତି ଦେବାପାଇଁ ଅଞ୍ଚବାସୀଙ୍କ ପକ୍ଷରୁ ଦାବୀ ହୋଇଛି ।

nrusinghnath
Leave A Reply

Your email address will not be published.