ମା’ ଘଣ୍ଟେଶ୍ୱରୀ ଖେଳ ପଡ଼ିଆ ଆମ୍ବବାହାଲିରେ ଏକ ଦିନିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଆମ୍ବବାହାଲିରେ ଏକ ଦିନିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଖେଳରେ ଆଠଟି ଦଳ ଯୋଗ ଦେଇଥିବା ବେଳେ ବର୍ତିଆ ଦଳ ଓ ଆମ୍ବବାହାଲି ଦଳ ଫାଇନାଲ୍ ଖେଳିଥିଲେ । ଆମ୍ବବାହାଲିକୁ ପରାସ୍ତ କରି ବର୍ତିଆ ଦଳ ବିଜୟ ହାସଲ କରିଥିଲେ ।ଏହି ଅବସରରେ ଆମ୍ବବାହାଲି ଗ୍ରାମର ସମସ୍ତ ଭଦ୍ରବ୍ୟକ୍ତି ଉପସ୍ଥିତ ଥିବା ବେଳେ ରେଙ୍ଗାଲି ପଞ୍ଚାୟତର ଆଶାୟୀ ସରପଞ୍ଚ ପ୍ରାର୍ଥୀ ଉମାକାନ୍ତ ମେହେର, ଯୁବ ସାମ୍ବାଦିକ ତଥା ସମାଜ ସେବୀ ବେଦବର ଛତ୍ରିଆ, ସମାଜସେବୀ ଥବୀର ମେହେର, ଅଶୋକ ରଣା ସମେତ ଶହ ଶହ ଦର୍ଶକ ଉପସ୍ଥିତ ରହି ଖେଳର ଆନନ୍ଦ ନେଉଥିଲେ । ପଶ୍ଚିମ ଓଡ଼ିଶାର ବଡ଼ ପର୍ବ ପୌଷ ପୂର୍ଣ୍ଣିମା ଅବସରରେ ଆମ୍ବବାହାଲି କ୍ରିକେଟ ଟିମ୍ ଓ ଆଶାୟୀ ସରପଞ୍ଚ ପ୍ରାର୍ଥୀ ଉମାକାନ୍ତ ମେହେରଙ୍କର ଦ୍ୱାରା ଏହି ମ୍ୟାଚ୍ ଆୟୋଜନ କରାଯାଇଥିଲା । ସମସ୍ତ କୋଭିଟ୍ କଟକଣାକୁ ମାନି ଖେଳାଳିମାନେ ଖେଳ ଆରମ୍ଭ କରିଥିଲେ । ଏହା ସହିତ ସମସ୍ତଙ୍କ ପାଇଁ ଭୋଜନ ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଏକ ନିଆରା ଢଙ୍ଗରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା । ଏହି ଖେଳରେ ବିଶେଷ ଦାୟିତ୍ୱ ନେଇଥିଲେ ଶଶୀ ପାତ୍ର ।

jittmm
Leave A Reply

Your email address will not be published.