ହୁସିଆର୍‌ : ଶୀତେ କେଁର୍‌ରେଇ ଗଲାନ’ ବଲାଙ୍ଗିର, କରୋନା ସଂକ୍ରମଣ ବି ବଢ଼ୁଛେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଥାବେ ରହ ହୋ’ ଗାଁ ମାଁର୍‌ ଲୁକେ । ଶୀତେ କେଁର୍‌ରେଇ ଗଲାନ’ ବଲାଙ୍ଗିର । ତାର୍‌ ସାଙ୍ଗେ ବଢ଼ୁଛେ କରୋନା ସଂକ୍ରମଣ । ଗଲା ୧୦ ତାରିଖ୍‌ ନୁଁ ପାଗ୍‌ ବିଗ୍‌ଡ଼ି କରି ପାଏନ୍‌ ଥୁପେ ଥୁପେ ପକାଲା ବେଲୁଁ ଆଏଜ୍‌ ତକ୍‌ ପାଗ୍‌ ନେଇଁ ସୁଧ୍‌ରିବାର୍‌ । ଆଏଜ୍‌ ତ’ ଏତ୍‌କି ବେଲ୍‌ତକ୍‌ କୁହୁଡ଼ି ଢାପିଛେ । ଏନ୍‌ତା ବେମ୍‌ରିଆ ପାଗ୍‌ ଲାଗି ଘରେ ଘରେ ଜର୍‌ ତପ୍‌, ଖାଁସି ଲସମ୍‌ ହେଇ ବସ୍‌ଲାନ’ । ସଭେ ସଜାଗ୍‌ ରହୁନ୍‌ । ଯାହାକେ ବି ଜର୍‌ ତପ୍‌, ଖାଁସି ଲସମ୍‌ ହଉଛେ ଜଲ୍‌ଦି କରୋନା ପରୀକ୍ଷା କରଉନ୍‌ । କିଏ କହେବା, ଅଲାଜୁକିଆ କରୋନା ଲହଁକି ନେଇ ଆସିଥିବା ବଲି । ସୋର୍‌ କରୁନ୍‌ ତ’, କରୋନା ତାର୍‌ ଦୁଇ ନମର୍‌ ଲହର୍‌ ବେଲ୍‌କେ କେନ୍‌ତା ଗୁଲ୍‌ଗୁଲା କରି ଛେଲ୍‌ଛେଲା କରିଦେଲା ଆମ୍‌କୁ । କେତେ ଧନ୍‌ ଜୀବନ୍‌ ଲିହିବିହି କରି ପକାଲା । ହେଲୁଆ ହେଲେ ହେବ୍‌ଲେଇ ଦେସି ସମିଆଁ । ସଭେ ହୁସିଆର୍‌ ହଉନ୍‌ । ଏନ୍‌ତା ଥୁର୍‌ଥୁରା ସମିଆଁ ଥି ବୁଢ଼ାବୁଢ଼ୀ, ଛୁଆପୁତା ମାନ୍‌କୁ ଟିକେ ବେଶୀ ଧିଆନ୍‌ ଦଉନ୍‌ । ଥାବେ ରହେଲେ ସବୁ କେ’ ଥେବେଇ ହେସି ।

Leave A Reply

Your email address will not be published.