ରାଜ୍ୟରେ ଗତ ୨୪ ଘଂଟାରେ ୧୦ ହଜାର ୮୫୬ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୦ ହଜାର ୮୫୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୧୦୨୧ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୧୮୦୯ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୨୯୩ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୫୬୩ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୦୪, ବାଲେଶ୍ୱରରୁ ୩୨୬, ବରଗଡରୁ ୧୪୫, ଭଦ୍ରକରୁ ୧୦୧, ବଲାଙ୍ଗିରରୁ ୨୫୯, ବୌଦ୍ଧରୁ ୩୮, କଟକରୁ ୯୦୯, ଦେବଗଡରୁ ୨୪, ଢେଙ୍କାନାଳରୁ ୬୯, ଗଜପତିରୁ ୧୩୫, ଗଞ୍ଜାମରୁ ୧୩୯, ଜଗତସିଂହପୁରରୁ ୨୨୨, ଯାଜପୁରରୁ ୨୧୦, ଝାରସୁଗୁଡାରୁ ୨୧୧, କଳାହାଣ୍ଡିରୁ ୧୪୪, କନ୍ଧମାଳରୁ ୪୨, କେନ୍ଦ୍ରାପଡାରୁ ୭୫, କେଉଁଝରରୁ ୮୪, ଖୋର୍ଦ୍ଧାରୁ ୩୦୮୭, କୋରାପୁଟରୁ ୧୬୫, ମାଳକାନଗିରିରୁ ୫୪, ମୟୁରଭଞ୍ଜରୁ ୩୭୬, ନବରଙ୍ଗପୁରରୁ ୧୦୬, ନୟାଗଡରୁ ୧୪୫, ନୂଆପଡାରୁ ୭୫, ପୁରୀରୁ ୧୯୮, ରାୟଗଡାରୁ ୧୫୬, ସମ୍ବଲପୁରରୁ ୫୦୦, ସୁବର୍ଣ୍ଣପୁରରୁ ୧୦୨, ସୁନ୍ଦରଗଡରୁ ୧୯୪୩ ଓ ଷ୍ଟେଟ ପୁଲ୍‌ରୁ ୭୧୨ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.